ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ସୁନା ଦାମ୍‌

ଏହି ସପ୍ତାହ ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ଲକ୍ଷ୍ୟ କରାଯାଉଛି। ସୋମବାର ଖୁଦରା ବଜାରରେ ସୁନାର ଦାମ ପ୍ରାୟ ୫୨ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ପାଖାପାଖି ରହିଛି। ସେହିପରି ହାଜିର ବଜାରରେ ୨୪ କ୍ୟାରେଟ ସୁନା ୪୪ ଟଙ୍କା ହ୍ରାସ ପାଇ ୫୩,୦୪୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ହାଜିର ବଜାରରେ ରୂପା ଦର ମଧ୍ୟ ୨୦୬ ଟଙ୍କା ହ୍ରାସ ହୋଇ ୬୮,୨୦୨ ଟଙ୍କା ପ୍ରତି କିଲୋଗ୍ରାମ ରହିଛି।

ଓଡିଶା ରାଜଧାନୀ ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୪,୫୯୦ ଟଙ୍କା ଓ ୫୦,୦୪୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ଭାରତର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧୯୭୦ ଟଙ୍କା ଓ ୫୦୯୭୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ୫୫୬୨୦ ଟଙ୍କା ଓ ୫୧୦୨୦ ଟଙ୍କା ଥିବା ରେରେକର୍ଡ ହୋଇଛି । ଚେନ୍ନାଇରେ ଏହି ମୂଲ୍ୟ ୫୫୦୮୦ ଟଙ୍କା ଓ ୫୦୫୦୦ ଟଙ୍କା ରହିଛି । ଯେବେକି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୫୪୧୪୦ ଟଙ୍କା ଓ ୫୧୪୪୦ ଟଙ୍କା ଛୁଇଁଥିବା ଜଣାଯାଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ମୂଲ୍ୟ ୬୭୧୧୦ ଟଙ୍କାରେ ପହଁଚିଥିବା ନେଇ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.