Below header

ଢେଙ୍କାନାଳ ରାସୋଳ ଗାଁ ନିକଟରୁ ୧୦ ଫୁଟ୍‌ ଲମ୍ବର ଅହିରାଜକୁ ଉଦ୍ଧାର

ଢେଙ୍କାନାଳ: ଏବେ ରାଜ୍ଯରେ ଲାଗି ରହିଛି ବର୍ଷା । ଯାହାଫଳରେ ବିଭିନ୍ନ ସ୍ଥାନ ଜଳମଗ୍ନ । ଏଭଳି ପରିସ୍ଥିତିରେ ସାଧାରଣତଃ ଜୀବ ଜନ୍ତୁଙ୍କ ଆକ୍ରମଣକୁ ନେଇ ଭୟ ଲାଗି ରହିଥାଏ । ବିଶେଷ କରି ସାପକୁ ନେଇ ସତର୍କ ରହିବାକୁ କୁହାଯାଇଥାଏ ।

ଏହି ଅବସରରେ ଏକ ୧୦ ଫୁଟ୍‌ ଲମ୍ବର ଅହିରାଜକୁ ଉଦ୍ଧାର କରାଯାଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ରାସୋଳ ଗାଁ ନିକଟରୁ ଉଦ୍ଧାର ହୋଇଛି ଅହିରାଜ । ସାପଟି ଏକ ନାଳରେ ଥିବା ଦେଖି ଲୋକେ ଭିଡ ଜମାଇଥିଲେ । ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟଙ୍କୁ ଡାକି ସାପଟିକୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.