ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିର ସମେତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିରରେ ବିଧି ଓ ପରମ୍ପରା ଅନୁଯାୟୀ ହେବ ପାଳନ

ପୁରୀ: ଆଜି ପବିତ୍ର ରାଧାଷ୍ଟମୀ। ମାତା ରାଧାଙ୍କ ଜନ୍ମଦିନ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ରାଧାଷ୍ଟମୀ ପାଳନ ହୁଏ । ଶ୍ରୀମନ୍ଦିର ସମେତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିରରେ ରାଧାଷ୍ଟମୀ ବିଧି ଓ ପରମ୍ପରା ଅନୁଯାୟୀ ପାଳନ କରାଯିବ । ବୈଷ୍ଣବୀୟ ମାନଙ୍କର ଏହା ଏକ ପ୍ରମୁଖ ପର୍ବ ।

ପାରମ୍ପରିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଭଗବାନ ବିଷ୍ଣୁ କୃଷ୍ଣଙ୍କ ଅବତାର ଧାରଣ କରିଥିଲେ ସେହି ସମୟରେ ମା ଲକ୍ଷ୍ମୀ ରାଧାରାଣୀ ରୂପରେ ପ୍ରକଟ ହୋଇଥିଲେ। ଏହି ଦିନକୁ ହିଁ ରାଧା ଜୟନ୍ତୀ ବା ରାଧାଷ୍ଟମୀ ରୂପେ ପାଳନ କରାଯାଏ। ରାଧା ଭଗବାନ କୃଷ୍ଣଙ୍କର ପତ୍ନୀ। ହିନ୍ଦୁ ପୌରାଣିକ କଥା ଅନୁଯାୟୀ ଏହି ଉତ୍ସବ ଜନ୍ମାଷ୍ଟମୀର ୧୫ ଦିନ ପରେ ହିଁ ପାଳନ କରାଯାଇଥାଏ। ଚଳିତ ବର୍ଷ ରାଧାଷ୍ଟମୀ ଆଜିର ଦିନରେ ପାଳନ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.