ଏହି ଯୋଗ୍ୟତା ନଥିଲେ ବନାଇପାରିବେନି ଆଧାର କାର୍ଡ, ଜାଣନ୍ତୁ କେଉଁମାନେ ଯୋଗ୍ୟ

ଭାରତରେ ଲୋକଙ୍କ ପାଇଁ ଆଧାର କାର୍ଡ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ । ଆଧାର କାର୍ଡ ସାହାଯ୍ୟରେ ଲୋକମାନେ ନିଜର ପରିଚୟ ସତ୍ୟାପନ କରିପାରିବେ ।

ଭାରତରେ ଲୋକଙ୍କ ପାଇଁ ଆଧାର କାର୍ଡ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ । ଆଧାର କାର୍ଡ ସାହାଯ୍ୟରେ ଲୋକମାନେ ନିଜର ପରିଚୟ ସତ୍ୟାପନ କରିପାରିବେ । ଆଧାର କାର୍ଡ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଜାରି କରାଯାଉଥିବା ଏକ ବିଶିଷ୍ଟ ପରିଚୟ ପତ୍ର ସଂଖ୍ୟା । ଆଧାର କାର୍ଡ ପାନ୍‌ ଭଳି ହିଁ ମହତ୍ତ୍ୱପୂର୍ଣ୍ଣ । ଆଧାର କାର୍ଡ ଆଜି ଭାରତରେ ପ୍ରାୟ ସବୁ ସରକାରୀ ଏବଂ ବେସରକାରୀ ଯୋଜନା ପାଇଁ ମଧ୍ୟ ସ୍ୱିକାର କରାଯାଇଥାଏ । ସେହିପରି ଯଦି ଆପଣ ଏବେ ସୁଦ୍ଧା ଆଧାର ବନାଇନାହାଁନ୍ତି ତାହେଲେ ଆପଣଙ୍କ ପାଖରେ କିଛି ଯୋଗ୍ୟତା ରହିବା ଆବଶ୍ୟକ । ସେତେବେଳେ ଯାଇ ଆଧାର କାର୍ଡ ବନାଇପାରିବେ ।

ଆଧାର କାର୍ଡ ଏକ ୧୨ ଅଙ୍କର ସଂଖ୍ୟା ଅଟେ । ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜନସଂଖିକୀୟ ଏବଂ ବାୟୋମେଟ୍ରିକ ଡାଟା ଭଳି କାରକଙ୍କ ଆଧାରରେ ଉତ୍ପନ୍ନ ହୋଇଥାଏ । ଭାରତୀୟ ବିଶିଷ୍ଟ ପରିଚୟ ପତ୍ର ପ୍ରାଧିକରଣ ଆଧାର କାର୍ଡ ଜାରି କରନ୍ତି । ୟୁଆଇଡିଏଆଇର ସ୍ଥାପନା ବର୍ଷ ୨୦୧୬ରେ ଭାରତର ଲୋକଙ୍କୁ ଉତ୍କଷ୍ଟ, କୁଶଳ ଏବଂ ପାରଦର୍ଶୀ ଶାସନ ପ୍ରଦାନ କରିବାର ମିଶନ ସହିତ କରାଯାଇଥିଲା ।

ଆଜି ଭାରତରେ ଆଧାର କାର୍ଡର ବ୍ୟବହାର ପରିଚୟ ପତ୍ର ଦର୍ଶାଇବା ପାଇଁ ମଧ୍ୟ କରାଯାଇଥାଏ । ଏହାସହିତ ଆଧାର କାର୍ଡକୁ ବନାଇବା ପାଇଁ ଅନେକ ଷ୍ଟେପ ଫଲୋ କରିବାକୁ ପଡିଥାଏ । ଏହାସହିତ ଆଧାର କାର୍ଡ ବନାଇବା ପାଇଁ ଆବଶ୍ୟକୀୟ ଯୋଗ୍ୟତା ବି ରହିବା ଆବଶ୍ୟକ । ଭାରତରେ ଆଧାର କାର୍ଡ ବନାଇବା ପାଇଁ କିଛି ପାତ୍ରତା ମଧ୍ୟ ରହିବା ଜରୁରୀ । ଯାହାକୁ ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ ।

ଭାରତର କୌଣସି ବି ନାଗରିକ (ନବଜାତ ଶିଶୁ/ନାବାଳକ) ଆଧାର କାର୍ଡ ପାଇଁ ଯୋଗ୍ୟ ହୋଇପାରିବେ । ସେହିପରି ବାଳ ଆଧାର ପାଞ୍ଚ ବର୍ଷରୁ କମ୍‌ ବୟସର ପିଲାଙ୍କର ତିଆରି କରାଯାଏ ।

୧୨ ମାସରୁ ଅଧିକ ସମୟ ଧରି ଭାରତରେ ରହୁଥିବା ଏନଆରଆଇ ଏବଂ ବିଦେଶୀ ଆଧାର ପାଇଁ ଯୋଗ୍ୟ ଅଟନ୍ତି । ୧୮୦ ଦିନର ପ୍ରତିକ୍ଷା ନକରି ବି ଭାରତ ଆସିବା ପରେ ଭାରତୀୟ ପାସପୋର୍ଟ କରିଥିବା ବ୍ୟକ୍ତି ମଧ୍ୟ ଆଧାର କାର୍ଡ ପାଇଁ ଯୋଗ୍ୟ ହୋଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.