ଆଇପିଏଲ୍‌ ୨୦୨୩: ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକତା ନାଇଟ ରାଇଡର୍ସ

ପୁଣି ଆଜି ନିତିଶ ରାଣାଙ୍କ ଭାଗ୍ୟ ପରୀକ୍ଷା । ଆଜି ପରସ୍ପରକୁ ଟକ୍କର ଦେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକତା ନାଇଟ ରାଇଡର୍ସ

ଆଇପିଏଲ ୨୦୨୩ରେ ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକତା ନାଇଟ ରାଉଡର୍ସ। ଉଭୟେ ନିଜ ଘରୋଇ ପଡ଼ିଆ ଇଡେନ୍ ଗାର୍ଡେନ୍ସରେ ଭେଟିବ। କେକେଆର୍ ମୋହାଲିରେ ଖେଳିଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ନିଜର ପ୍ରଥମ ମ୍ୟାଚରେ ଡକ୍ୱର୍ଥ ଲୁଇସ୍ ମେଥଡ୍ ଅନୁଯାୟୀ ୭ ରନରେ ପରାଜୟ ବରଣ କରିଥିଲା।

ଆହତ ସମସ୍ୟା ଯୋଗୁଁ କୋଲକତା ଅଧିନାୟକ ଶ୍ରେୟସ ଆୟର ସଂପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଛନ୍ତି । ଫଳରେ ଦଳ ନିତିଶ ରାଣାଙ୍କୁ ଟିମର ଦାୟିତ୍ୱ ଦିଆଯାଇଛି ।

କୋଲକତା ନାଇଟ୍ ରାଇଡର୍ସ: ନିତିଶ ରାଣା, ରହମନୁଲ୍ଲା ଗୁର୍ବାଜ, ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଶାର୍ଦୁଲ ଠାକୁର, ଲୋକି ଫର୍ଗୁସନ, ଉମେଶ ଯାଦବ, ଟିମ୍ ସାଉଦି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, ଅନୁକୁଳ ରୟ, ରିଙ୍କୁ ସିଂହ, ଏନ୍ ଜଗଦୀସାନ, ବୈଭବ ଆରୋରା, ସୁୟାଶ ଶର୍ମା, ଡେଭିଡ ୱିଜ୍, କୁଲବନ୍ତ ଖେଜ୍ରୋଲିୟା, ଲିଟନ ଦାସ, ମନଦୀପ ସିଂହ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁ’ପ୍ଲେସିସ୍ , ବିରାଟ କୋହଲି, ସୁୟାଶ ପ୍ରଭୂଦେଶାଇ, ଦୀନେଶ କାର୍ତ୍ତିକ, ଅନୁଜ ରାୱତ, ଫିନ ଆଲିନ, ଗ୍ଲେନ ମ୍ୟାକ୍ସୱେଲ, ୱାନିନ୍ଦୁ ହସରଙ୍ଗା, ଶାହବାଜ ଅହମଦ, ହର୍ଷଲ ପଟେଲ, ଡେଭିଡ ୱିଲି, କର୍ଣ୍ଣ ଶର୍ମା, ମହିପାଲ ଲୋମରୋର, ମହମ୍ମଦ ସିରାଜ, ଜୋସ ହାଜଲେଉଡ, ସିଦ୍ଧାର୍ଥ କୌଲ, ଅକାଶ ଦୀପ, ରିସି ଟପ୍ଲେ, ହିମାଂଶୁ ଶର୍ମା, ମିଚେଲ ବ୍ରେସୱେଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.