Below header

ମା’ ସୋନିଆଙ୍କ ଘରକୁ ସିଫ୍ଟ ହେବେ ରାହୁଲ ଗାନ୍ଧୀ! ସ୍ଥାନାନ୍ତର ହେଉଛି ଜିନିଷପତ୍ର, ବଙ୍ଗଳା ଖାଲି କରିବାକୁ ମିଳିଥିଲା ନୋଟିସ୍‌

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ୍ ଜଲ୍‌ଦି ମା’ ସୋନିଆ ଗାନ୍ଧୀଙ୍କ ଘରକୁ ସିଫ୍ଟ କରିବେ। ସୂଚନା ଅନୁସାରେ, ରାହୁଲଙ୍କ ଘରର ଜିନିଷପତ୍ର ୧୦ ଜନପଥସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନକୁ ସ୍ଥାନାନ୍ତର ହେବା ଆରମ୍ଭ କରିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ୍ ଜଲ୍‌ଦି ମା’ ସୋନିଆ ଗାନ୍ଧୀଙ୍କ ଘରକୁ ସିଫ୍ଟ କରିବେ। ସୂଚନା ଅନୁସାରେ, ରାହୁଲଙ୍କ ଘରର ଜିନିଷପତ୍ର ୧୦ ଜନପଥସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନକୁ ସ୍ଥାନାନ୍ତର ହେବା ଆରମ୍ଭ କରିଛି। ସେପଟେ ରାହୁଲଙ୍କ କାର୍ଯ୍ୟାଳୟ ପାଇଁ ନୂଆ ଘର ଖୋଜା ଚାଲିଛି। କହି ରଖୁଛୁ ଯେ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲ ଗାନ୍ଧୀଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ ମିଳିଥିଲା।

ଏହାର ଉତ୍ତରରେ ସେ ସରକାରଙ୍କୁ ଲେଖିଥିଲେ କି, ‘ମୁଁ ଏହି ଘରେ ୨୦୦୪ରୁ ରହିଆସିଛି, ଏଥିପାଇଁ ଏହି ଘର ସହିତ ମୋର ଅନେକ ସ୍ମୃତି ଜଡ଼ିତ ରହିଛି, କିନ୍ତୁ ଆପଣ ଯେଉଁ ପ୍ରସଙ୍ଗରେ ମୋତେ ଏହି ପତ୍ର ପଠାଇଛନ୍ତି, ତାହାକୁ ମୁଁ ଧାର୍ଯ୍ୟ ସମୟରେ କରିଦେବି’।

ସେପଟେ ରାହୁଲଙ୍କର ଏହି ଚିଠି ପରେ କଂଗ୍ରେସ ଦଳର ଅନେକ କାର୍ଯ୍ୟକର୍ତ୍ତା ତାଙ୍କୁ ଘର ଦେବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ସବୁଠାରୁ ପ୍ରଥମ ନାମ ଥିଲା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କର।

ସେ କହିଥିଲେ, ‘ରାହୁଲ ଯଦି ଚାହିଁବେ ସେ ନିଜ ମା’ଙ୍କ ସହିତ ରହିପାରିବେ, ଯଦି ସେ ସେଠାରେ ସହଜ ଅନୁଭବ ନ କରନ୍ତି, ତେବେ ମୋ ଘରେ ରହିପାରିବେ, ମୁଁ ତାଙ୍କ ପାଇଁ ମୋ ଘରେ ରହିବାର ବ୍ୟବସ୍ଥା କରିଦେବି’।

ସୂଚନାଥାଉ କି, ମୋଦି ସରନେମ୍‌ ସହ ଜଡ଼ିତ ମାନହାନି ମକଦ୍ଦମାରେ ସୁରଟର ସେଶନ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ମାନହାନି ମାମଲାରେ ରାହୁଲଙ୍କୁ ଆଇପିସି ଧାରା ୪୯୯ ଓ ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ଯଦିଓ କୋର୍ଟ ଏହି ଦଣ୍ଡରେ ୩୦ ଦିନ ରୋକ୍‌ ଲଗାଇ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.