ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ 30ରେ ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଢୁଆ ଯୁଦ୍ଧ ବିମାନ ସୁଖୋଇରେ ଉଡିବେ । ଆସନ୍ତା ଶନିବାର ଦିନ ଉଡିବେ ରାଷ୍ଟ୍ରପତି । ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ଉଡିଥିଲେ ।

ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିବେ ରାଷ୍ଟ୍ରପତି । ଆସନ୍ତା ଶନିବାର ସୁଖୋଇରେ ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ 30 MKI ରେ ଲଢୁଆ ଯୁଦ୍ଧ ବିମାନରେ ସ୍ୱଳ୍ପ ସମୟ ପାଇଁ ଯାତ୍ରା କରିବେ । ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇରେ ଉଡିବେ ରାଷ୍ଟ୍ରପତି ।

ଆଜିଠାରୁ ୮ ତାରିଖ ଯାଏ ରାଷ୍ଟ୍ରପତି ଆସାମ ଗସ୍ତରେ ଯାଉଛନ୍ତି । ଆସନ୍ତାକାଲି କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗଜ ଉତ୍ସବ ଉଦଘାଟନ କରିବେ । ସେହିଦିନ ଗୌହାଟୀ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ।

ସୂଚନାଯୋଗ୍ୟ, ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ ମଧ୍ୟ ୨୦୦୯ ମସିହାରେ ପୁଣେରେ ଅଧଘଣ୍ଟା ସୁଖୋଇ 30 MKI ଉଡ଼ାଇଥିଲେ । ପ୍ରଥମ ରାଷ୍ଟ୍ରପତି ଭାବରେ ଲଢୁଆ ଯୁଦ୍ଧ ବିମାନ ଉଡ଼ାଇଥିଲେ ଡକ୍ଚର ଏପିଜେ ଅବଦୁଲ କଲାମ୍‌ ।

ପୂର୍ବରୁ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ୍‌ କଲାମ୍‌ ୨୦୦୬ ଜୁନ୍‌ ୮ ତାରିଖ ଦିନ ପୁଣେ ବାୟୁସେନା ବିମାନ ଘାଟିରୁ ‘ସୁଖୋଇ-୩୦ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇ ଥିଲେ। ଲଢୁଆ ବିମାନ ଚଳାଇବାରେ ସେ ଥିଲେ ଭାରତର ପ୍ରଥମ ରାଷ୍ଟ୍ରପତି। ପାଇଲଟ୍‌ ଭାବେ ବାୟୁସେନାରେ ଭର୍ତ୍ତି ହେବା ପାଇଁ ସେ ଆବେଦନ କରିଥିଲେ। କିନ୍ତୁ, ୧୯୫୮ରେ ଏଥିପାଇଁ ତାଙ୍କୁ ମନୋନୀତ କରା ନ ଯିବାରୁ ସେ ବୈଜ୍ଞାନିକ ହୋଇଥିଲେ। ରାଷ୍ଟ୍ରପତି ହେଉଛନ୍ତି ତିନି ସେନାର ସୁପ୍ରିମ କମାଣ୍ଡର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.