କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲିପଡିଛି ଟିଚିଂ ଏବଂ ନନ୍‌ ଟିଚିଂ ପଦବୀ, ତୁରନ୍ତ କରନ୍ତୁ ଆବେଦନ

କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ୍ ପଦରେ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ କେଭିଏସର ଅଫିସିଆଲ ୱେବସାଇଟ www.kvsangathan.nic.in କୁ ଯାଇ ଆବେଦନ କରିପାରିବେ । ୱାକ୍ ଇନ ଇଣ୍ଟରଭ୍ୟୁ ଦ୍ୱାରା ଏହି ପଦରେ ନିଯୁକ୍ତି କରାଯିବ ।

ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ପିଆରଟି, ଟିଜିଟି, ପିଜିଟି, ଯୋଗ ଶିକ୍ଷକ, ସ୍ପୋର୍ଟସ ଟିଚର, ଡାନ୍ସ/ମ୍ୟୁଜିକ୍ ଟିଚର, ସ୍ପେଶାଲ ଏଜୁକେଟର, କମ୍ପ୍ୟୁଟର ଇନଷ୍ଟ୍ରକ୍ଟର, କନ୍ସଲଣ୍ଟାଣ୍ଟ, ନର୍ସ, ଡାକ୍ତର, ଡିଇଓ ପଦ ପାଇଁ ନିଯୁକ୍ତି ରହିଛି । ତେବେ ଆଶାୟୀଙ୍କୁ ଅଫିସିଆଲ ନୋଟିଫିକେସନ ନିଶ୍ଚିତ ଦିଅନ୍ତୁ। କେନ୍ଦ୍ରୀୟ ବିଦ୍ୟାଳୟ ଆରକେପୁରମ, କୋଲକାତା, ଦିଲ୍ଲୀ, ଅମ୍ବାଲା କ୍ୟାଣ୍ଟ, ଜମ୍ମୁ ସହ ଓଡ଼ିଶାର ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆବେଦନ କରାଯାଉଛି ।

ଜରୁରୀ ତାରିଖ :

କେନ୍ଦ୍ରୀୟ ବିଦ୍ୟାଳୟ ଡେରାଡୁନରେ ଇଣ୍ଟରଭ୍ୟୁ ତାରିଖ ୧୪, ୧୫ ଓ ୧୬ ମାର୍ଚ୍ଚ ରହିଛି। ସେହିପରି ଥାନେରେ ଇଣ୍ଟରଭ୍ୟୁତାରିଖ ୧୫ ଓ ୧୬ ମାର୍ଚ୍ଚ ରହିଛି। ଓଡିଶାରେ ସେହିପରି ଇଣ୍ଟରଭ୍ୟୁ ତାରିଖ ୧୮ ମାର୍ଚ୍ଚ ରହିଛି।

ଶିକ୍ଷାଗତ ଯୋଗ୍ୟତା:

ପିଜିଟି-ବିଏଡ ସହ ପ୍ରାସଙ୍ଗିକ ବିଷୟରେ ୫୦% ଅଙ୍କ ସହ ପୋଷ୍ଟ ଗ୍ରାଜୁଏଟ ହେବା ଦରକାର ।

ଟିଜିଟି-ପ୍ରାସଙ୍ଗିକ ବିଷୟରେ ୫୦% ଅଙ୍କ ସହ ଗ୍ରାଜୁଏଟ ଏବଂ ବି.ଏଡ୍ ଡିଗ୍ରୀ ହେବା ଆବଶ୍ୟକ ଏହା ସହ ସିଟିଇଟି ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ପିଆରଟି- ଆଶାୟୀଙ୍କୁ ୫୦% ଅଙ୍କ ସହ ଦ୍ୱାଦଶ ପାସ ହୋଇଥିବା ଆବଶ୍ୟକ ଏହା ସହ ବୈଷୟିକ ଟିଚିଂ ଟ୍ରେନିଂ ରେ ଡିପ୍ଲୋମା କିମ୍ବା ଏଲିମେଣ୍ଟାରୀ ଏଜୁକେସନରେ ଗ୍ରାଜୁଏଟ କିମ୍ବା ଡିପ୍ଳୋମା ଥିବା ଦରକାର ।

ଦରମା:

ପିଜିଟି-୩୨୫୦୦/-

ଟିଜିଟି-୩୧୨୫୦/-

ପିଆରଟି-୨୬୨୫୦/-

ନର୍ସ-୭୫୦ (ପ୍ରତିଦିନ)

କମ୍ପ୍ୟୁଟର ଇନଷ୍ଟ୍ରକ୍ଟର- ୨୬୨୫୦/-

କୋଚ୍-୨୬୨୫୦/-

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.