VIDEO: ନିଜଠୁ ଡେଙ୍ଗା ପତ୍ନୀଙ୍କ ସହ ପୋଜ୍‌ ଦେବା ପାଇଁ ହିମେଶ ରେଶମିୟା କଲେ ଅଜବ କାମ; କ୍ୟାମେରାରେ କଏଦ ହୋଇଗଲା ସବୁକିଛି…

ହିମେଶ ରେଶମିୟା ନିଜ ଗୀତକୁ ନେଇ ବହୁତ ଲୋକପ୍ରିୟ। କିନ୍ତୁ ଏଥର ହିମେଶ କୌଣସି ମ୍ୟୁଜିକ୍‌ ଭିଡିଓକୁ ନେଇ ନୁହେଁ, ବରଂ ନିଜର ଏକ ସ୍ପଟେଡ୍‌ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ତାଙ୍କ ପତ୍ନୀ ସୋନିଆ କପୁରଙ୍କ ସହ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ହିମେଶ ପାପାରାଜିଙ୍କୁ ପୋଜ୍‌ ଦେବା ପାଇଁ ଯେଉଁ କାମ କରିଥିଲେ, ତାହା କ୍ୟାମେରାରେ କଏଦ ହୋଇ ଯାଇଥିଲା। ଆଉ ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି।

ଏୟାରପୋର୍ଟ ଗେଟ୍‌ ପାଖରେ ହିଁ ହିମେଶ ଓ ତାଙ୍କ ପତ୍ନୀ ସୋନିଆଙ୍କୁ ପାପାରାଜି ଘେରି ଯାଇଥିଲେ ଏବଂ ଫଟୋ ପାଇଁ ପୋଜ୍‌ ଡିମାଣ୍ଡ କରିବାକୁ ଲାଗିଥିଲେ। ନିଜ ପତ୍ନୀଙ୍କ ହାଇଟ୍‌ଠାରୁ ଛୋଟ ଥିବା ହିମେଶ ପତ୍ନୀଙ୍କ ବରାବର ଦେଖାଯିବା ପାଇଁ ଆଙ୍ଗୁଠି ଟିପରେ ଛିଡ଼ା ହୋଇଥିଲେ। ହିମେଶଙ୍କର ଏହି ଷ୍ଟାଇଲକୁ ନେଇ ଲୋକେ ଖୁବ୍‌ ମଜା ଉଡ଼ାଉଛନ୍ତି ଏବଂ ଭିଡିଓ ସେୟାର କରି ତାଙ୍କୁ ଟ୍ରୋଲ କରୁଛନ୍ତି।

ଟ୍ଵିଟର ୟୁଜର ରମନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ଦେଖାଯାଇ ପାରିବ ଯେ ସୋନିଆ ବ୍ଲାକ୍‌ ଗଗଲ୍ସ ସହିତ ହ୍ଵାଇଟ୍‌ ରଙ୍ଗର ଡ୍ରେସ୍‌ କ୍ୟାରୀ କରିଛନ୍ତି। ସେପଟେ ହିମେଶ ମଧ୍ୟ କଳା ଚଷମା ସହିତ ମ୍ୟାଚିଙ୍ଗ୍‌ ଶାର୍ଟ, ଜିନ୍ସ ଏବଂ ଧଳା ରଙ୍ଗର ଜୋତା ପିନ୍ଧିଛନ୍ତି। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଏୟାରପୋର୍ଟ ଲୁକ୍‌କୁ ବହୁତ ପସନ୍ଦ କରାଯାଉଛି। ଏଥି ସହିତ ଫ୍ୟାନମାନଙ୍କୁ ଏହି କପଲଙ୍କ କେମିଷ୍ଟ୍ରୀ ବି ବେଶ୍‌ ପସନ୍ଦ ଆସିଥାଏ। ହିମେଶ ୨୦୧୭ରେ ୨୨ ବର୍ଷର ପୁରୁଣା ସମ୍ପର୍କକୁ ଭାଙ୍ଗି ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ସେ ୨୦୧୮ ମେ’ ୧୧ରେ ସୋନିଆ କପୁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.