ଗୁଗୁଲ୍ ମାତ୍ର ୫୦୦ ଟଙ୍କାରେ ଲଞ୍ଚ କଲା ୪ଜି ଫୋନ୍, ଜିଓ ଫୋନକୁ ଦେବ କଡ଼ା ଟକ୍କର

ନୂଆଦିଲ୍ଲୀ : ବିଶ୍ବର ସବୁପ୍ରସିଦ୍ଧ ସର୍ଚ୍ଚ ଇଞ୍ଜିନ୍ କମ୍ପାନି ଗୁଗୁଲ ମାତ୍ର ୫୦୦ ଟଙ୍କାରେ ଲଞ୍ଚ କରିଛି ୪ଜି ଫିଚର ଫୋନ୍ । ଏହାର ନାମ WizPhone WP006 ରଖାଯାଇଛି । ତେବେ ଏହାର ଟକ୍କର ଜିଓ ଫୋନ ସହ ହେବ ବୋଲି କୁହାଯାଉଛି। ଏହି ଫୋନର ଲୁକ୍ ଏବଂ ଡ଼ିଜାଇନ୍ ପାଖାପାଖି ଜିଓ ଫୋନ ଭଳି ରହିଛି। ଏଥି ସହ ଫୋନରେ ଗୁଗୁଲ ଆସିଷ୍ଟାଣ୍ଟର ସେବା ମଧ୍ୟ ଦିଆଯାଇଛି। ଆସନ୍ତୁ ଜାଣିବା ଏହି ଫିଚର ଫୋନର କଣ ରହିଛି ଫିଚର।

google

ଗୁଗୁଲର ଏହି ଫୋନରେ ୨.୪ଇଞ୍ଚ ଡିସପ୍ଳେ ରହିଥିବା ବେଳେ ୪ଜିବି ଇଣ୍ଟରନାଲ ଷ୍ଟୋରେଜ୍ ଏବଂ ୫୧୨ଏମବି ରାମ୍ ରହିଛି। ଏହା ମଧ୍ୟ ଜିଓ ଫଟୋ ଭଳି KaiOSରେ ଚାଲିବ। ଫୋନକୁ ପାୱାର ଦେବା ପାଇଁ ୧,୮୦୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି। ଫୋନଟିରେ ୨ମେଗାପିକ୍ସଲ ରହିଛି। ତେବେ ଏହି ଫୋନକୁ ଏବେ ଇଣ୍ଡୋନେସିଆରେ ମାତ୍ର ୪୯୦ଟଙ୍କାରେ ଲଞ୍ଚ କରାଯାଇଥିବା ବେଳେ ଖୁବ ଶୀଘ୍ର ଭାରତରେ ଲଞ୍ଚ କରାଯିବା ନେଇ ଖବର ରହିଛି।

phone

ଜିଓ ଫୋନରେ କ୍ବାର୍ଟି କି ବୋର୍ଡ, ୪ଜି ସପୋର୍ଟ, ୨.୪ ଇଂଚ୍ ଡିସପ୍ଲେ, ୨୦୦୦ ଏମଏମଏଚର ବ୍ୟାଟେରୀ, ୫୧୨ ଏମବି ରାମ ଏବଂ ୪ଜିବି ଷ୍ଟୋରେଜ୍ ରହିଛି ଯାହାକୁ ୧୨୮ ଜିବି ଯାଏ ବଢାଯାଇପାରିବ । ଏହା ସହ ରହିଛି ୨ ମେଗାପିକ୍ସେଲ୍ ରିୟର୍ କ୍ୟାମେରା ଏବଂ ୦.୩ ମେଗାପିକ୍ସେଲ୍ ଫ୍ରଣ୍ଟ୍ କ୍ୟାମେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.