ଭାରତରେ ଲଞ୍ଚ ହେଲା Audi A6, ଜାଣନ୍ତୁ କଣ ରହିଛି ଫିଚର୍ସ

ଜର୍ମାନୀର ଜଣାଶୁଣା କମ୍ପାନୀ Audi ନିଜର ଷ୍ଟନିଂ କାର Audi A6କୁ 2019ରେ ଭାରତୀୟ ବଜାରରେ ଲଞ୍ଚ କରିସାରିଛି । ତାହେଲେ ଆସନ୍ତୁ ଜାଣିବା Audi A6ର କଣ ରହିଛି ଫିଚର୍ସ ।

ପାୱାର ଏବଂ ସ୍ପେସିଫିକେସନ

Image result for audi a6

 

ଯଦି ଆମେ ଏହାର ପାୱାର ଏବଂ ସ୍ପେସିଫିକେସନ କଥା କହିବା ତାହେଲେ Audi A6ରେ 2.0 ଲିଟରର TFSI ଇଂଜିନ BS-VI କମ୍ପ୍ଲେଣ୍ଟ ଇଂଜିନ ଦିଆଯାଇଛି । ଯାହାକି 5000-6000 Rpmରେ 180kWର ପାୱାର ଏବଂ 1600-4500 Rpmରେ 142 Nmର ଟର୍କ ଜେନେରେଟ କରିଥାଏ । ଏହାସହିତ ଇଂଜିନକୁ 7 ସ୍ପିଡ଼ S ଟର୍ନିକ ଗିଅରବକ୍ସ ଠାରୁ ଲେସ କରାଯାଇଛି ।

ମାଇଲେଜ

ମାଇଲେଜର କଥା କହିଲେ Audi A6 ଲିଟର ପିଛା 14.11 କିଲୋମିଟରର ମାଇଲେଜ ଦେଇଥାଏ । ଏହାବ୍ୟତୀତ ମାତ୍ର 6.8 ସେକେଣ୍ଡରେ Audi A6 0 ରୁ 100 କିଲୋମିଟରର ସ୍ପିଡ଼ ଦେଇଥାଏ ।

Image result for audi a6

ଇଣ୍ଟେରିୟର ଏବଂ ଏକ୍ସଟେରିଅର

ଏହାସହ ପଢନ୍ତୁ Hyundai Santro ନୂଆ ଆନିଭର୍ସରୀ ଏଡିସନ ହେଲା ଲଞ୍ଚ, ଜାଣନ୍ତୁ କେତେ ରହିଛି ଦାମ ଏବଂ କଣ ରହିଛି ନୂଆ ଫିଚର୍ସ

ଯଦି ଆମେ Audi A6ର ଇଣ୍ଟେରିୟର ଏବଂ ଏକ୍ସଟେରିଅର ଉପରକୁ ଆସିବା ତାହେଲେ ଇଣ୍ଟେରିୟରରେ ସନ ପୋଜିସନ ସେନ୍ସର ସହିତ 4 ଜୋନ ଏୟାର କଣ୍ଡିସନିଙ୍ଗ, ଲେଦ ଅପର ଡାଶବୋର୍ଡ, ଡୋର ସୋଲଡର୍ସ ଏବଂ କମ୍ଫର୍ଟ କି ଭଳି ଫିଚର୍ସ ରହିଛି । ଏହାସହିତ ଏକ୍ସଟେରିଅରରେ ପାରାନୋମିକ ସନରୁଫ, କ୍ରୋମ ପ୍ୟାକେଜ, ଇଣ୍ଟିଗ୍ରେଟେଡ଼ ବୁଟ ଲିଡ଼ ସ୍ପଏଲର ଓ LED ଟେଲ ଲ୍ୟାମ୍ପ ସହିତ ଡାଇନାମିକ ଟର୍ଣ୍ଣ ଇଣ୍ଡିକେଟର ଦିଆଯାଇଅଛି । Audi A6ର ପ୍ରାରମ୍ଭିକ ଦର 54,20,000 ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.