ଏଲଆଇସି ଆରମ୍ଭ କଲା ‘Digi Zone’, ଅନଲାଇନରେ ପଲିସି ନେବା ସହ ପ୍ରିମିୟମର ବି କରିପାରିବେ ପେମେଣ୍ଟ

ଦେଶର ସବୁଠାରୁ ବଡ ଇନସୁରାନ୍ସ କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ନିଜର ଡିଜିଟାଲ ସେବାକୁ ଆଗକୁ ବଢ଼ାଇବା ପାଇଁ ‘ଡିଜି ଜୋନ୍’ର ଆରମ୍ଭ କରିଛି। ଉପଭୋକ୍ତା ଏଲଆଇସି ଡିଜି ଜୋନ ଜରିଆରେ ପଲିସି କିଣିପାରିବେ, ପ୍ରିମିୟମ୍ ଭରିପାରିବେ ଏବଂ ଅନ୍ୟ ସେବା ଗୁଡିକର ଲାଭ ମଧ୍ୟ ପାଇପାରିବେ।
କୋଭିଡ୍ କାରଣରୁ ଲୋକମାନେ ନିଜ ଭବିଷ୍ୟତକୁ ନେଇ ଅଧିକ ସତର୍କ ରହୁଛନ୍ତି। ଯାହାର ସିଧା ଫାଇଦା ଲୋକଙ୍କର ଆର୍ଥିକ ସୁରକ୍ଷା ଦେଉଥିବା କମ୍ପାନୀକୁ ମିଳୁଛି। ସୂଚନା ମୁତାବକ ନଭେମ୍ବରରେ ବୀମା କମ୍ପାନୀ ଗୁଡିକୁ ମିଳୁଥିବା ନୂଆ ପ୍ରିମିୟମ ବହୁତ ଅଧିକ ବେଗରେ ବଢ଼ୁଥିବାର ଦେଖିବାକୁ ମିଳିଛି।
ଏଲଆଇସିର ପ୍ରଥମ ବର୍ଷର ପ୍ରିମିୟମରେ ନଭେମ୍ବରରେ ମୋଟ ୧୫୯୬୭ କୋଟି ଟଙ୍କା ଆୟ ହୋଇଛି। ଯଦିଓ ଗୋଟେ ବର୍ଷ ପୂର୍ବରୁ ଏହି ମାସରେ ଏଲଆଇସିକୁ ନୂଆ କାରବାରରେ ପ୍ରିମିୟମ ଆୟ ୧୨୦୯୨ କୋଟି ଟଙ୍କା ହୋଇଥିଲା। କିନ୍ତୁ ଏଲଆଇସିର ବର୍ତ୍ତମାନର ଆର୍ଥିକ ବର୍ଷର ପ୍ରଥମ ଆଠ ମାସ ସମୟରେ ନୂଆ ପ୍ରିମିୟମ୍ ଆୟରେ ପ୍ରାୟ ଏକ ପ୍ରତିଶତ ହ୍ରାସ ହୋଇ ୧,୧୪,୮୫୦ କୋଟି ଟଙ୍କା ସ୍ତରରେ ପହଁଚିଯାଇଛି।
ଏଲଆଇସି ର ନଭେମ୍ବର ମାସ ସମୟରେ ପ୍ରଥମ ବର୍ଷର ପ୍ରିମିୟମରେ ୩୨ ପ୍ରତିଶତ ଗ୍ରୋଥ ମୁକାବିଲା ପ୍ରାଇଭେଟ ସେକ୍ଟରର ୨୩ କମ୍ପାନୀ ୫୮ ପ୍ରତିଶତ ଗ୍ରୋଥ ହୋଇଛି। ସେହିପରି ପ୍ରଥମ ଆଠ ମାସରେ ଏଲଆଇସିରେ ୧ ପ୍ରତିଶକ ହ୍ରାସ ମାମଲାରେ ୨୩ ଗୋଟି ପ୍ରାଇଭେଟ୍ କମ୍ପାନୀ ନୂଆ ପ୍ରିମିୟମ ଆୟରେ ୩୦ ପ୍ରତିଶତ ଗ୍ରୋଥ କରିଛି।
ସରକାର ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଭାରତୀୟ ଜୀବନ ବୀମା ନିଗର ଆଇପିଓ ଲଞ୍ଚ୍ କରିବ। ଆଇପିଓ ପୂର୍ବରୁ ଏଲଆଇସି ନିଜ ଆଇପିଓ ପୂର୍ବରୁ ଆସେଟ୍ କ୍ୱାଲିଟୀରେ ସୁଧାର କରିଛି। ଭାରତୀୟ ଜୀବନ ବୀମା ନିଗମର ତାଜା ରିପୋର୍ଟ ଅନୁଯାୟୀ ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ୪,୫୧,୩୦୩.୩୦ କୋଟି ଟଙ୍କାର ମୋଟ ପୋର୍ଟକୋଲିଓରେ ନନ-ପରଫାର୍ମିଙ୍ଗ ଆସେସଟ୍ସ ୩୫,୧୨୯.୮୯ କୋଟି ଟଙ୍କା ରହିଛି।