ସ୍କିନ୍‌ କେୟାର ବ୍ରାଣ୍ଡରୁ ଫେୟାର ଓ ବ୍ରାଇଟ୍‌ ଭଳି ଶବ୍ଦକୁ ହଟାଇବେ L’Oreal ଓ ଫେୟାର ଆଣ୍ଡ ଲଭ୍‌ଲି

କୃତ୍ରିମ ସୌନ୍ଦର୍ଯ୍ୟ ପ୍ରସାଧନ ନିର୍ମାଣ କରୁଥିବା ଫ୍ରାନ୍ସର କମ୍ପାନୀ ଲୋରିୟଲ ଗ୍ରୁପ୍‌ ଏବେ ତ୍ୱଚା ସମ୍ବନ୍ଧୀୟ ଉତ୍ପାଦରୁ ଶ୍ୱେତ, ଗୋରା ଓ ହାଲକା ଭଳି ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଛି। ଏନେଇ କମ୍ପାନୀ ତରଣରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଗୋଟିଏ ଦିନ ପୂର୍ବରୁ ୟୁନିଲିଭର ମଧ୍ୟ ଏଭଳି ଘୋଷଣା କରିଥିଲା। ୟୁନିଲିଭର କହିଥିଲା ଯେ ସେ ନିଜ ଲୋକପ୍ରିୟ ବ୍ରାଣ୍ଡ ‘ଫେୟାର ଆଣ୍ଡ ଲଭଲି’ରୁ ‘ଫେୟାର’ଶବ୍ଦକୁ ହଟାଉଛି।

loreal

ଆମେରିକାରେ ଚାଲିଥିବା ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ଯୋଗୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। କମ୍ପାନୀ ତରଣରୁ କୁହାଯାଇଛି ଯେ ଲୋରିୟାଲ ଗ୍ରୁପ ତ୍ୱଚାର ରଙ୍ଗ ବଦଳାଉଥିବା ଉତ୍ପାଦକୁ ନେଇ ଉଠୁଥିବା ଆପତ୍ତିକୁ ସ୍ୱୀକାର କରୁଛି। ଏଣୁ କମ୍ପାନୀ ନିଜର ସମସ୍ତ ପ୍ରଡକ୍ଟରୁ ଗୋରା, ଗୋରାପଣ, ଶ୍ୱେତ, ଧଳା, ହାଲ୍‌କା ଆଦି ଶବ୍ଦକୁ ହଟାଇବାକୁ ନିଷ୍ପତ୍ତି ନେଉଛି।

L'Oreal to drop words such as 'whitening' from skin products | Canoe

ଏହି ଦୁଇଟି କମ୍ପାନୀ ବ୍ୟତୀତ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଆମେରିକାର କମ୍ପାନୀ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ମଧ୍ୟ ତ୍ୱଚାକୁ ଗୋରା କରୁଥିବା କ୍ରିମ୍‌ର ବିକ୍ରିକୁ ରୋକିଛି। ସେହିପରି କଲିକତା ସ୍ଥିତ ଏଫ୍‌ଏମ୍‌ସିଜି କମ୍ପାନୀ ଇମାମି କହିଛି ଯେ ସେ ସ୍ଥିତି ଉପରେ ନଜର ରଖିଛି। ଏହି କମ୍ପାନୀ ଗୋରାପଣ ପାଇଁ ବ୍ୟବହୃତ ହେଉଥିବା ବ୍ରାଣ୍ଡ ‘ଫେୟାର ଆଣ୍ଡ ହ୍ୟାଣ୍ଡସମ୍‌’ ଉତ୍ପାଦନ କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.