ଖୋର୍ଦ୍ଧା: ଟାଙ୍ଗୀ ପାଞ୍ଚାୟତରେ ଜଣେ ପଜିଟିଭ ଚିହ୍ନଟ ପରେ ଅଞ୍ଚଳବାସୀ ଆତଙ୍କିତ, ପ୍ରଶାସନ କଲା କଣ୍ଟେନମେଣ୍ଟ ଜୋନ ଘୋଷଣା

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା  ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି  କରୋନା ମହାମାରୀର କାୟା। ଏଥିରେ ରୋକ୍ ଦେବା ପାଇଁ ପ୍ରଶାସନ ତରଫରୁ ଅନେକ ପଦକ୍ଷେପମାନ ଗ୍ରହଣ  କରାଯାଉଛି। ତଥାପି  ଲୋକେ ସଚେତନ ନହେବା  ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଗତ କାଲି ଖୋର୍ଦ୍ଧା ଜିଲ୍ଲା ଟଙ୍ଗୀ   ଗ୍ରାମପଞ୍ଚାୟତରୁ ଜଣେ ସ୍ଥାନୀୟ ବାସିନ୍ଦା କରୋନା  ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତା ବଢି ଯାଇଛି। ସଂକ୍ରମିତ ଵ୍ୟକ୍ତି ସ୍ଥାନୀୟ ଅଂଚଳର ହୋଇଥିବା  ଯୋଗୁଁ ସଂକ୍ରମଣ ଆଶଙ୍କାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗୀ ପଞ୍ଚାୟତର ସମ୍ପୃକ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଆଜି ଠାରୁ ଆସନ୍ତା ୩୦ ତାରିଖ ଦିନ ୨ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.