Below header

ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ୧୩ ଫୁଟର ଅହିରାଜ ସାପ ଉଦ୍ଧାର

ଆଠଗଡ଼(କେନ୍ୟୁଜ ): ଆଠଗଡ଼ କଟକ ବନଖଣ୍ଡ ଅନ୍ତର୍ଗତ କୋଚିଲା ନୂଆଗାଁରେ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ୧୩ ଫୁଟର ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି । ତେବେ ସାପଟି କୌଣସି ମତେ ପାଇଖାନା ଟାଙ୍କି ମଧ୍ୟକୁ ପଶି ଆସିଥିବା ଦେଖି ପରିବାର ଲୋକେ ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ ।

ତେବେ ସ୍ନେକ ହେଲ୍ପଲାଇନ ସଦସ୍ୟ ସଞ୍ଜୟ ପରିଜା ଓ ସୁଶାନ୍ତ ପାତ୍ର ସାପଟିକୁ ଉଦ୍ଧାର କରି ବନବିଭାଗ ଉପସ୍ଥିତିରେ ପାଖ ଜଙ୍ଗଲରେ ଛାଡିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.