କଶ୍ମୀରରୁ ଦୁଇ ନାର୍‌କୋ ଆତଙ୍କୀ ଗିରଫ, ୬୫ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ

ଶ୍ରୀନଗର : ଜମ୍ମୁ-କଶ୍ମୀର ପୋଲିସ୍‌ ଉତ୍ତର କାଶ୍ମୀରର କୁପଓ୍ଵାରା ଅଞ୍ଚଳରୁ ୨ ନିଶା କାରବାରରେ ଲିପ୍ତ ଥିବା ଦୁଇ ଆତଙ୍କୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ପ୍ରାୟ ୬୫ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ କରିଛନ୍ତି ।

ଏଥି ସହିତ ଗ୍ରେନେଡ ଓ ପିସ୍ତଲ ଭଲି ବହୁ ମାରଣାସ୍ତ୍ର ମଧ୍ୟ ପୋଲିସ୍‌ ଜବତ କରିଥିବା ଜଣାଯାଇଛି । ଏହି ଦୁଇ ନାର୍‌କୋ ଆତଙ୍କୀଙ୍କୁ ଗିରଫ କରିବା ପରେ ନିଶା କାରବାର ମାମଲାରେ ଏକ ବଡ଼ ସଫଳତା ମିଳିଛି ଜମ୍ମୁ କଶ୍ମୀର ପୋଲିସ ଓ ସେନାକୁ ।

narco

ପୋଲିସ୍‌ ୧୩.୫ କିଲୋଗ୍ରାମ ନାର୍‌କୋଟିକ୍‌ ଡ୍ରଗ୍ସ ସହ ୨ଟି ପିସ୍ତଲ୍‌ ଓ ୪ଟି ଗ୍ରେନେଡ୍‌ ଜବତ କରିଛି । ଯାହାର ମୂଲ୍ୟ ପ୍ରାୟ ୬୫ କୋଟି ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି ।

ଏହା ପୂର୍ବରୁ ମାସକ ତଳେ କାଶ୍ମୀରର ହାଣ୍ଡ୍‌ଓ୍ଵାରାରେ ମଧ୍ୟ ପୋଲିସ ନାର୍‌କୋ ଆତଙ୍କୀଙ୍କ ଠାରୁ ୧୦୦ କୋଟି ଟଙ୍କା ମୂଲ୍ୟର ୨୧ କିଲୋଗ୍ରାମ ହେରୋଇନ୍‌ ଓ ୧.୩୪ କୋଟି ଟଙ୍କା ଜବତ କରିଥିଲା । ମାସକ ଭିତରେ ଜାମ୍ମୁ କାଶ୍ମୀର ପୋଲିସର ନାର୍‌କୋଟିକ୍‌ ସାମଗ୍ରୀ ଜବତ କରିବାରେ ଏହା ହେଉଛି ଦ୍ୱତୀୟ ବଡ଼ ସଫଳତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.