Below header

ନୂଆ ବର୍ଷରେ ବ୍ୟବସାୟୀଙ୍କୁ ଆଶ୍ୱସ୍ତି, କମିଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆବର୍ଷର ପ୍ରଥମ ଦିନରୁ କମିଲା କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍‌ । ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ସବୁ ସ୍ଥାନରେ ଏଲପିଜି ସିଲିଣ୍ଡର ଦାମ୍‌ ହ୍ରାସ ପାଇଛି । ଅଏଲ ମାର୍କେଟିଂ କମ୍ପାନୀ ୧୯ କିଗ୍ରା କର୍ମସିଆଲ ସିଲିଣ୍ଡର ଗ୍ୟାସ ଦାମ୍‌ ୧.୫୦ ଟ. ରୁ ୪.୫୦ ଟ. କମିଛି ।

ନୂଆବର୍ଷରୁ ଖୁସି ଖବର । ବର୍ଷର ପ୍ରଥମ ଦିନରୁ କର୍ମସିଆଲ ସିଲିଣ୍ଡର ଦାମ୍‌ କମିଛି । ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ସବୁ ସ୍ଥାନରେ ଏଲପିଜି ସିଲିଣ୍ଡର ଦାମ୍‌ ହ୍ରାସ ପାଇଛି । ଅଏଲ ମାର୍କେଟିଂ କମ୍ପାନୀ ୧୯ କିଗ୍ରା କର୍ମସିଆଲ ସିଲିଣ୍ଡର ଗ୍ୟାସ ଦାମ୍‌ ୧.୫୦ ଟ. ରୁ ୪.୫୦ ଟ. କମିଛି । ଗତବର୍ଷ ଡିସେମ୍ବର ୨୨ ତାରିଖରେ କର୍ମସିଆଲ ସିଲିଣ୍ଡର ଦାମ କମ୍‌ କରାଯାଇଥିଲା । ୧୪ କିଲୋଗ୍ରାମ ସିଲିଣ୍ଡର ଦାମ୍‌ ସେତିକି ରହିଛି ।

ନୂଆବର୍ଷ ଆରମ୍ଭରୁ ପ୍ରଥମ ଦିନରେ ଏଲପିଜି ସିଲିଣ୍ଡର ନୂଆ ଦାମ୍‌ ଜାରି ହୋଇଛି । କର୍ମସିଆଲ ସିଲିଣ୍ଡର ଦାମ୍‌ ପରିବର୍ତ୍ତନ ହୋଇଥିବା ବେଳେ ଘରୋଇ ଏଲପିଜି ସିଲିଣ୍ଡର ଦାମ୍‌ରେ ପରିବର୍ତ୍ତନ ହୋଇନାହିଁ । ନୂଆ ଦାମ୍‌ ପରେ ଦିଲ୍ଲୀରେ ୧୯ କିଲୋ ଏଲପିଜି ଦାମ୍‌ ୧୭୫୫.୫୦ ଟଙ୍କା ହୋଇଯାଇଛି । ପୂର୍ବରୁ ଏହି ଦାମ୍‌ ୧୭୫୭ ଟଙ୍କା ଥିଲା । କୋଲକତାରେ ୧୮୬୯ ଟଙ୍କା, ମୁମ୍ବାଇରେ ୧୭୦୮.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୨୪.୫୦ ଟଙ୍କା ହୋଇଛି ।

ତେବେ ୧୪ କିଗ୍ରା ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ୩୦ ଅଗଷ୍ଟରେ ଘରୋଇ ଗ୍ୟାସରେ ୨୦୦ ଟଙ୍କା କମ୍‌ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.