ସାମ୍ନାକୁ ଆସିଲା ଫିଲ୍ମ ‘ଫାଇଟର’ର ରନ୍‌ ଟାଇମ୍‌, ଜାଣନ୍ତୁ କେବେ ହେବ ସିନେମା ହଲ୍‌ରେ ରିଲିଜ୍‌

ଫିଲ୍ମ ‘ଫାଇଟର’କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଫିଲ୍ମ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିଜର ପ୍ରତିକ୍ରିୟା ଦେଇଛନ୍ତି । ନିର୍ଦ୍ଦେଶକ ଦୀପିକା ପାଦୁକୋନ ଏବଂ ହ୍ରିତିକ ରୋଶନଙ୍କ ଅପ୍‌କମିଂ ଫିଲ୍ମ ଚାଲିବାର ସଠିକ୍‌ ଟାଇମ୍‌ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରିଛନ୍ତି ।

ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର୍‌’ ହେଉଛି ୨୦୨୪ ବର୍ଷର ବହୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଅନ୍ୟତମ । ଏହି ଫିଲ୍ମର ଟିଜର, ପୋଷ୍ଟର ଏବଂ ଗୀତ ସୋସିଆଲ ମିଡିଆରେ ଏକ ରେକର୍ଡ ସୃଷ୍ଟି କରିସାରିଛି ଏବଂ ପ୍ରଶଂସକମାନେ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି । ଦୀପିକା ଏବଂ ହ୍ରିତିକଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ଦେଖିବାକୁ ମଧ୍ୟ ଦର୍ଶକ ଆଗ୍ରହୀ ଅଛନ୍ତି । ଏସବୁ ମଧ୍ୟରେ ଫିଲ୍ମକୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଫିଲ୍ମ ‘ଫାଇଟର’ର ରନ୍‌ ଟାଇମ୍‌ ୩ ଘଣ୍ଟା ୧୦ ମିନିଟ୍ ବୋଲି କୁହାଯାଉଛି । ତେବେ ଫିଲ୍ମ ‘ଫାଇଟର’ କୁ ନେଇ ଚାଲୁଥିବା ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଥିବାବେଳେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଫିଲ୍ମଟି କେତେ ଘଣ୍ଟା ଚାଲିବ ତାହା ପ୍ରକାଶ କରିଛନ୍ତି ।

ତେବେ ‘ଫାଇଟର’କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଫିଲ୍ମ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିଜର ପ୍ରତିକ୍ରିୟା ଦେଇଛନ୍ତି । ନିର୍ଦ୍ଦେଶକ ଦୀପିକା ପାଦୁକୋନ ଏବଂ ହ୍ରିତିକ ରୋଶନଙ୍କ ଅପ୍‌କମିଂ ଫିଲ୍ମ ଚାଲିବାର ସଠିକ୍‌ ଟାଇମ୍‌ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘‘ଫାଇଟର ରନ୍ ଟାଇମର ଏକ ଗୁଜବ, ତେବେ ପ୍ରକୃତ ରନ୍ ଟାଇମ୍‌ ୨ ଘଣ୍ଟା ୪୦ ମିନିଟରୁ କମ୍ ରହିଛି’’ ।

ଦୀପିକା ଏବଂ ହ୍ରିତିକଙ୍କ ବ୍ୟତୀତ ‘ଫାଇଟର୍’ର ଷ୍ଟାର୍ କାଷ୍ଟ ବିଷୟରେ କଥା ହେବା, ଭେଟେରାନ୍ ଅଭିନେତା ଅନିଲ କପୁର ଏବଂ କରନ ସିଂ ଗ୍ରୋଭର ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ‘ଫାଇଟର୍’ରେ ଦୀପିକା ପାଦୁକୋନ୍ ସ୍କ୍ଵଡ଼ରୋଂ ଲିଡର୍ ମୀନାଲ୍ ରାଥୋଡ୍ ଆକା ମିନି ଭୂମିକାରେ ଅଭିନୟ କରନ୍ତି ଏବଂ ହ୍ରିତିକ୍ ରୋଶନ୍ ସ୍କ୍ଵଡ଼ରୋଂ ଲିଡର୍ ଶ୍ୟାମଶର ପାଥାନିଆ ଭୂମିକାରେ ଅଭିନୟ କରିଛନ୍ତି, ତେବେ ଫିଲ୍ମରେ ସେ ପାଟି ନାମରେ ମଧ୍ୟ ଜଣାଶୁଣା । ଫିଲ୍ମରେ ଅନିଲ କପୁର ଗ୍ରୁପ୍ କ୍ୟାପଟେନ୍ ରାକେଶ ଜୟ ସିଂ, ଛଦ୍ମନାମ ରକି ଭୂମିକାରେ ଅଭିନୟ କରିଥିବାବେଳେ କରଣ ସ୍କ୍ଵଡ଼ରୋଂ ଲିଡର୍ ସରତାଜ ଗିଲ, ଛଦ୍ମନାମ ତାଜ ଭୂମିକାରେ ଅଭିନୟ କରିଛନ୍ତି । ଅକ୍ଷୟ ଓବରୋଇ, ସଞ୍ଜୀଦା ଶେଖ ଏବଂ ତଲାଟ ଅଜିଜଙ୍କୁ ମଧ୍ୟ ଫିଲ୍ମ ‘ଫାଇଟର’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ । ତାହେଲେ ଆସନ୍ତୁ ଆପଣଙ୍କୁ ଜଣାଇବୁ ଯେ ଏହି ଫିଲ୍ମଟି ଜାନୁୟାରୀ ୨୫ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.