Below header

ନୂଆବର୍ଷ ଦେଲା ଦୁଃଖ: ନାତି ମୃତଦେହ ଦେଖି ଟଳିପଡିଲେ ଜେଜେ

ନାତି ମୃତ୍ୟୁରେ ଟଳିପଡିଲେ ଜେଜେ । କଟକ ଜିଲ୍ଲା ସାଲେପୁର ବ୍ଳକ ରାମେଶ୍ବର ପଞ୍ଚାୟତ ବଡଭୀମରାଜପୁର ଗାଁରେ ଅଭାବନୀୟ ଘଟଣା । ୨୫ ବର୍ଷୀୟ ନାତିର ମୃତଦେହ ରଖି ହୃଦଘାତରେ ଜେଜେଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ଦୁଖରେ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସାଲେପୁର (କେନ୍ୟୁଜ): ନାତି ମୃତ୍ୟୁରେ ଟଳିପଡିଲେ ଜେଜେ । କଟକ ଜିଲ୍ଲା ସାଲେପୁର ବ୍ଳକ ରାମେଶ୍ବର ପଞ୍ଚାୟତ ବଡଭୀମରାଜପୁର ଗାଁରେ ଅଭାବନୀୟ ଘଟଣା । ୨୫ ବର୍ଷୀୟ ନାତିର ମୃତଦେହ ରଖି ହୃଦଘାତରେ ଜେଜେଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ଦୁଖରେ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ବଡ଼ଭୀମରାଜପୁର ଗାଁର ସେକ୍ ଆଜାଦ୍ ମହମ୍ମଦ କିଛି ସାଙ୍ଗଙ୍କ ସହ ପଟାଙ୍ଗି ଗାଲିବଦର ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । ଗତ ୨୭ ତାରିଖ ଦିନ ଜଳପ୍ରପାତରେ ନିକଟରେ ବୁଲୁଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ଏହାପରଠୁ ନିଖୋଜ ଥିଲେ ସେକ୍ ଆଜାଦ୍ । ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରି ପରିବାର ନିକଟକୁ ପଠାଇଥିଲେ । ମୃତଦେହ ଘରେ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡିଥିଲା ଘର । ଏହି ସମୟରେ ସେକ୍ ଆଜାଦଙ୍କ ଜେଜେ ନାତିର ମୃତଦେହ ଦେଖି ହୃଦଘାତରେ ଟଳି ପଡିଥିଲେ । ଶୋକାକୂଳ ପରିବେଶରେ ଉଭୟ ଜେଜେ ଓ ନାତିଙ୍କ ମୃତଦେହକୁ କବର ଦିଆଯାଇଥିଲା । ଖବର ପାଇ ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ମୃତକଙ୍କ ଘରେ ପହଞ୍ଚି ପରିବାରଲୋକଙ୍କୁ ସମବେଦନା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.