ଲକ୍‍ଡାଉନ ପ୍ରଭାବ : ମାର୍ଚ୍ଚରୁ ପେଟ୍ରୋଲ- ଡିଜେଲ ବିକ୍ରି ହ୍ରାସ, ବଢୁଛି LPG ର ଡିମାଣ୍ଡ

କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ବିଶ୍ୱର ଅନେକ ଦେଶରେ ଲକ୍‍ଡାଉନ ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ହ୍ରାସ ଘଟିଛି । ଏହି ସମୟରେ ପେଟ୍ରୋଲ ବିକ୍ରିରେ ୧୭.୬ ପ୍ରତିଶତ ଏବଂ ଡିଜେଲ ବିକ୍ରିରେ ୨୬ ପ୍ରତିଶତ ବିକ୍ରି ହ୍ରାସ ଘଟିଛି । ଏହାଛଡା ବିମାନ ଇନ୍ଧନ ଏଟିଏଫ୍‍ ବିକ୍ରିରେ ୩୧.୬ ପ୍ରତିଶତ କମିଛି ।

pp

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚ ମାସ ତୁଳନାରେ ଚଳିତବର୍ଷ ମାର୍ଚ୍ଚ ପ୍ରଥମରୁ ପେଟ୍ରୋଲ ବିକ୍ରିରେ ୧୭.୬ ପ୍ରତିଶତ ହ୍ରାସ ହୋଇ ୧୯.୪୩ ଲକ୍ଷ ଟନ, ଡିଜେଲ ବିକ୍ରିରେ ୨୫.୬ ପ୍ରତିଶତ ହ୍ରାସ ହୋଇ ୪୯,୮୨ ଲକ୍ଷ ଟନ ହୋଇଛି । ଲକ୍‍ଡାଉନ ଯୋଗୁଁ ରାସ୍ତାରେ ଯାନବାହାନ ଯିବାଆସିବାରେ ରୋକ୍‍ ଲାଗିଛି । କେବଳ ଜରୁରୀ ସେବା ପାଇଁ ଅନୁମତି ମିଳିଛି । ଏହି ସମୟରେ ଏଲ୍‍ପିଜି ସିଲିଣ୍ଡରର ଡିମାଣ୍ଡ ବଢୁଥିବା ଲକ୍ଷ୍ୟ କରାଯାଇଛି । ମାର୍ଚ୍ଚ ମାସରେ ଏଲପିଜି ପୂବାପେକ୍ଷା ୧.୯ ପ୍ରତିଶତ ବଢି ୨୨.୮୬ ଲକ୍ଷ ଟନ୍‍ ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଡେଟ୍‍, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଲିମିଟେଡ୍‍ ଦ୍ୱାରା ଉପଲବ୍ଧ ଏଲ୍‍ପିଜି ବିକ୍ରି ସଂଖ୍ୟା ବୃଦ୍ଧି ପାଇଛି । ଲକ୍‍ଡାଉନ ଏପର୍ଯ୍ୟନ୍ତ ୧୪ ଏପ୍ରିଲ ପର୍ଯର୍୍ୟନ୍ତ ଲାଗୁ ହୋଇଛି । ଏହା ଆଗକୁ ବୃଦ୍ଧି ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.