ବିଶାଳ ହୃଦୟର ପରିଚୟ ଦେଲେ ଭାଇଜାନ, ପ୍ରତିଶୃତି ରକ୍ଷା କରି ଶ୍ରମିକ ମାନଙ୍କ ଆକାଉଣ୍ଟକୁ ପ୍ରଦାନ କଲେ ଏତେ କୋଟି ଟଙ୍କା

ସରକାରଙ୍କ ସହିତ ବଲିଉଡର ଷ୍ଟାର ମାନେ ମଧ୍ୟ କରୋନା ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଛି । କରୋନା ଯୁଦ୍ଧରେ ଅନେକ ବଲିଉଡ ଷ୍ଟାର ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ଦେଇଛନ୍ତି । ତେବେ ଏହା ମଧ୍ୟରେ ଅଛନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ । ନିକଟରେ ସେ ତାଙ୍କ ବିଶାଳ ହୃଦୟର ପରିଚୟ ଦେଇଛନ୍ତି । କରୋନା ଭାଇରସକୁ ନେଇ ସାରା ଦେଶରେ ସଙ୍କଟଜନକ ସ୍ଥିତି ରହିଥିବା ବେଳେ ସଲମାନ ଦେଖାଇଛନ୍ତି ଉଦାର ହୃଦୟର ପରିଚୟ ।

Realme ropes in Salman Khan as brand ambassador - The Hindu ...

ସୂଚନା ଅନୁଯାୟୀ ସଲମାନ ଖାନ କିଛି ଦିନ ତଳେ ଘୋଷଣା କରିଥିଲେ ଯେ ଲକଡାଉନ କାରଣରୁ କୌଣସି କାମ ମିଳୁନଥିବା ଫିଲ୍ମ ଇଣ୍ଡଷ୍ଟ୍ରୀର ଶ୍ରମିକଙ୍କୁ ସାହାର୍ଯ୍ୟ କରିବେ । ତେବେ ଏହାକୁ ଆଜି ସେ ପୂରଣ କରିଛନ୍ତି । ୧୬ ହଜାର ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୪ କୋଟି ୮୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଛନ୍ତି ସଲମାନ ଖାନ । କେବଳ ସେତିକି ନୁହେଁ ଆଗାମୀ ମେ ମାସରେ ୧୯୦୦୦ ଶ୍ରମିକଙ୍କ ଆକାଉଣ୍ଟକୁ ୫ କୋଟି ୭୦ ଲକ୍ଷ ଟଙ୍କା ଦାନ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଏଭଳି ଭାବରେ ସଲମାନ ଦୁଇ ମାସ ଭିତରେ ଶ୍ରମିକଙ୍କୁ ମୋଟ ୧୦ କୋଟି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାହାର୍ଯ୍ୟ କରିବେ ବୋଲି କହିଛନ୍ତି । ଖବର ମୁତାବକ ସଲମାନ ଖାନଙ୍କ ଫିଲ୍ମସ୍ ପ୍ରଡକ୍ସନ ଫେଡେରେସନ୍ ଅଫ୍ ଓ୍ବେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋୟୀଙ୍କ ଜେନେରାଲ ସେକ୍ରେଟାରୀଙ୍କୁ ଶ୍ରମିକଙ୍କ ଆକାଉଣ୍ଟ ନମ୍ବର ମାଗିଥିଲେ । ସୋମବାର ୬ ଅପ୍ରେଲରେ ସଲମାନଙ୍କୁ ୧୯୦୦୦ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଦିଆଯାଇଥିଲା । ଏହାପରେ ସଲମାନ ୭ ଅପ୍ରେଲ ସନ୍ଧ୍ୟା ପର୍ଯ୍ୟନ୍ତ ୧୬୦୦୦ ଶ୍ରମିକଙ୍କ ଆକାଉଣ୍ଟରେ ଜଣକ ପିଛା ୩୦୦୦ ଟଙ୍କା ଲେଖାଏଁ ଜମା କରିଥିଲେ ।

Salman Khan

କରୋନା ଭାଇରସ କାରଣରୁ ସାରା ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ କରିଦିଆଯାଇଛି । ଯେଉଁ କାରଣରୁ ସମସ୍ତ ପ୍ରକାର ଉଦ୍ୟୋଗୀ ସଂସ୍ଥା ଏବଂ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଗୁଡିକ ମଧ୍ୟ ସମୁର୍ଣ୍ଣ ଭାବେ ବନ୍ଦ ହୋଇପଡିଛି । ଯେଉଁ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଶ୍ରମିକ ନିଜର କାମ ହରାଇ ଘରେ ବସି ରହିଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଅର୍ଥାଭାବର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏପରି ସ୍ଥଳେ ବଲିଉଡର ଅନେକ ଷ୍ଟାର ଏହି ଶ୍ରମିକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.