ଭୁବନେଶ୍ୱର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, କରୋନା ପଜିଟିଭ୍‌ ଚିହ୍ନଟ ପରେ ପଦକ୍ଷେପ ନେଲା BMC

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗର ଅଞ୍ଚଳ ସିଲ୍‌ । ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି । କରୋନା ପଜିଟିଭ୍‌ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ତାଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନାହିଁ । ଅର୍ଥାତ ସେ ବିଦେଶ କି ରାଜ୍ୟ ବାହାରକୁ ଯାଇ ନାହାନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ କୌଣସି ଯାତ୍ରା ବିବରଣୀ ନଥିବାରୁ ସେ କେମିତି ସଂକ୍ରମିତ ହେଲେ ସେନେଇ ଖୋଳତାଡ ଚାଲିଛି ।

ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ୱାର୍ଟର୍ସ ଓ ସତ୍ୟନଗର ଅଞ୍ଚଳରୁ ବିଗ୍‌ ବଜାର ରୋଡକୁ ସିଲ୍‌ କରିଛି ପ୍ରଶାସନ । ଏହି ଅଞ୍ଚଳ ଭିତରକୁ ପ୍ରବେଶ ଉପରେ କଡ଼ା କଟକଣା ଲାଗିଛି । କେହି ବି ବାହାରକୁ ପାଦ କାଢ଼ି ପାରିବେ ନାହିଁ । ଲୋକମାନେ ନିଜ ନିଜ ଘରେ ରହିବେ । ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ ବିଏମ୍‌ସି । ଲୋକମାନେ ଚାହିଁଲେ ୧୯୨୯ ହେଲ୍‌ପ ଲାଇନ୍‌ ନମ୍ବରରେ ଫୋନ୍‌ କରି ସହାୟତା ମାଗି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.