Below header

ଫ୍ଲିପକାର୍ଟ ଏବଂ ଆମାଜନ ଠାରୁ ବି ଅଧା ଦାମରେ ଜିନିଷ ବିକ୍ରି କରୁଛି ଏହି େଓ୍ଵବସାଇଟ୍‌, ଦାମ୍‌ ମାର୍କେଟ ପ୍ରାଇସ ଠୁ ବି ଶସ୍ତା

କଣ ଆପଣ ବି ଏହି ସାଇଟରୁ ସପିଂ କଲେଣି କି ନାହିଁ? ଆମାଜନ୍‌ ଏବଂ ଫ୍ଲିପକାର୍ଟରେ ସପିଙ୍ଗ୍‌ କରିବା ଆପଣଙ୍କ ମଧ୍ୟରୁ ଅନେକ ଲୋକ ପସନ୍ଦ କରନ୍ତି । ଏମିତି ଏଥିପାଇଁ କାରଣ ଏହି େଓ୍ଵବସାଇଟ୍ସରେ ସବୁଠାରୁ ଅଧିକ ଡିସକାଉଣ୍ଟ ଅଫର କରାଯାଏ ।

ଆମାଜନ୍‌ ଏବଂ ଫ୍ଲିପକାର୍ଟରେ ସପିଙ୍ଗ୍‌ କରିବା ଆପଣଙ୍କ ମଧ୍ୟରୁ ଅନେକ ଲୋକ ପସନ୍ଦ କରନ୍ତି । ଏମିତି ଏଥିପାଇଁ କାରଣ ଏହି େଓ୍ଵବସାଇଟ୍ସରେ ସବୁଠାରୁ ଅଧିକ ଡିସକାଉଣ୍ଟ ଅଫର କରାଯାଏ । ଯଦିଓ ଏହି କଥା ବହୁତ ଦିନ ପୂର୍ବର ହୋଇଗଲାଣି । କାହିଁକିନା ଏବେ ତ ନା ଆଗ ଭଳି ଡିସକାଉଣ୍ଟ ରହୁଛି ନା ଦାମ କମୁଛି, କେବଳ ସେଲ୍‌ ମାନଙ୍କରେ ଯାହା ଯେମିତି ରିହାତି । ଏମିତି ପରିସ୍ଥିତିରେ ଏକ େଓ୍ଵବସାଇଟ ଏମିତି ବି ଅଛି ଯାହା ଫ୍ଲିପକାର୍ଟ ଆମାଜନଙ୍କ ଠାରୁ ବି ଆଗକୁ ପଳାଇଲାଣି ଆଉ ନିଜ ପ୍ରଡକ୍ଟସ ଉପରେ ବହୁତ ବଢ଼ିଆ ଅଫର ମଧ୍ୟ ଦେଉଛି । ଯାହା ବୋଧହୁଏ ଆପଣ କେବେ ବିଶ୍ୱାସ କରିନଥିବେ । ଯଦି ଆପଣ ସେହି ସାଇଟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆସନ୍ତୁ ଆଉ ବିଳମ୍ବ ନକରି ଜଲଦି ଜାଣିବା ।

ଯାହା ବିଷୟରେ ଆମେ କଥା ହଉଛୁ ତାର ନାମ ହେଉଛି ମିଶୋ । ଯେଉଁଥିରେ ଗ୍ରାହକ ଆଜିକାଲି ବହୁତ ଆକ୍ଟିଭ ରହୁଛନ୍ତି ଏବଂ ମନଖୋଲି ସପିଂ ମଧ୍ୟ କରୁଛନ୍ତି । ଏହାକୁ ଲୋକମାନେ ଏତେ ପସନ୍ଦ କରୁଛନ୍ତି କାରଣ ଏହାର ଦାମ୍‌ ଅନ୍ୟ ତୁଳନାରେ କମ୍‌ । ଆମାଜନ ଓ ଫ୍ଲିପକାର୍ଟ ଭଳି ମିଶୋ ଗ୍ଲୋବାଲ େଓ୍ଵବସାଇଟ ନୁହେଁ କିନ୍ତୁ ଭାରତରେ ଏହାର ଚର୍ଚ୍ଚା ବହୁତ ହେଉଛି । ଯଦି ଆପଣ ଏବେ ପର୍ଯ୍ୟନ୍ତ ଏହି େଓ୍ଵବସାଇଟରେ ସପିଂ କରିନାହାଁନ୍ତି ତାହେଲେ ଆମେ ଆଜି ଆପଣଙ୍କୁ ବତାଇବୁ କେଉଁ ପ୍ରଡକ୍ଟସକୁ ଏହି େଓ୍ଵବସାଇଟରେ ଶସ୍ତାରେ କିଣିପାରିବେ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମିଶୋ ପ୍ରଡକ୍ଟର ଏକ ବଡ ରେଞ୍ଜ ମହଜୁଦ୍‌ ରହିଛି, ଯେଉଁଥିରେ ଆପଣ ନିଜର ମନପସନ୍ଦର ପ୍ରଡକ୍ଟ କିଣିପାରିବେ । ଏହି ପ୍ରଡକ୍ଟସରେ ଆପଣଙ୍କୁ ସ୍ମାର୍ଟଫୋନ୍‌ ଏବଂ ଲାପଟପ୍‌ ମିଳିବନି କିନ୍ତୁ ସ୍ମାର୍ଟଫୋନ୍‌ ଆକ୍ସେସରିଜକୁ ଆପଣ ନିଶ୍ଚୟ କିଣିପାରିବେ । ସ୍ମାର୍ଟଫୋନ୍‌ ପାଇଁ ମାର୍କେଟରେ ମିଳୁଥିବା ଯେତେ ବି ଆକ୍ସେସରୀଜ ମହଜୁଦ୍‌ ରହିଛି, ସେହି ସବୁକୁ ଆପଣ ଏହି େଓ୍ଵବସାଇଟରେ କିଣିପାରିବେ । ଏହାର ପ୍ରାରମ୍ଭିକ ଦାମ ୧୦୦ ରହିଛି, ଆଉ ଏହା ୫୦୦ ରୁ ୧୦୦୦ ପର୍ଯ୍ୟନ୍ତ ବି ରହିଛି ।

ଯଦି ଆମେ କଥା ହେବା କପଡା ବିଷୟରେ ତାହେଲେ ଏଥିରେ ଏକ ବଡ ରେଞ୍ଜ୍‌ ମହଜୁଦ ରହିଛି , ଯାହାର ଆରମ୍ଭ ୩୫୦ ରୁ ହୋଇ ୧୦୦୦ ପର୍ଯ୍ୟନ୍ତ ଯାଇଥାଏ । ଆଉ ଏହି ଦାମ୍‌ ମାର୍କେଟ ପ୍ରାଇସ ଠାରୁ ପ୍ରାୟ ଅଧା ଦାମରେ ମିଳୁଛି । ଏମିତିରେ ଆପଣ ଯଦି ଏହି େଓ୍ଵବସାଇଟରେ କିଣାକିଣି କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ସଞ୍ଚୟ ହେବା ତ ନିଶ୍ଚିତ ତାସହିତ ଆପଣଙ୍କୁ ଭଲ ପ୍ରଡକ୍ଟ ମିଳିବ ଏହାର ବି ପୂରା ଗ୍ୟାରେଣ୍ଟୀ ଦେଉଛି କମ୍ପାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.