ଆଡଭାନ୍ସ ସେଫ୍ଟି ଫିଚର୍ସ ସହ ଲଞ୍ଚ ହେଲା Mercedes Maybach GLS 600, ଜାଣନ୍ତୁ ଦମଦାର ଫିଚର୍ସ

ଜର୍ମାନୀର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ Mercedes-Benz ଭାରତୀୟ ବଜାରରେ ନିଜର ଫ୍ଲେଗସିପ ପାୱାରଫୁଲ ଏସୟୁଭି ଲଞ୍ଚ କରିଛି । ଏହି କାର ଆକର୍ଷକ ଲୁକ ସହ ଦମଦାର ଇଞ୍ଜିନର କ୍ଷମତା ରଖିଛି । ତେବେ ଚାଲନ୍ତୁ ଜାଣିବା ଏହି Mercedes Maybach GLS 600ର ଦାମ ଏବଂ ଦମଦାର ଫିଚର୍ସ ସମ୍ପର୍କରେ ।

ସ୍ପେଶିଫିକେସନ:

ଏହାର ଫ୍ରଣ୍ଟରେ maybach style crome grill ସହ silk LED headlights ଦିଆଯାଇଛି । ଏହାର ଇଣ୍ଟିରିଅର ଡିଜାଇନ ମଧ୍ୟ ବହୁତ ସୁନ୍ଦର ଅଛି । ଏହାର ଷ୍ଟାଣ୍ଡାର୍ଡ ଭାରିଏଣ୍ଟରେ ୨୨ ଇଞ୍ଚ ଓ ୨୩ ଇଞ୍ଚର ବକଳ୍ପ ହ୍ୱିଲ ଦିଆଯାଇଛି । ଏହା ୫ଟି ଅଲଗା କଲରରେ ବଜାରକୁ ପ୍ରବେଶ କରିଛି ।

08w7rf68f
pc: Talkingo

Maybach GLS 600ରେ କମ୍ପାନୀ  4.0 ଲିଟର କ୍ଷମତାର ଟ୍ୱିନ ଟର୍ବୋ V8 ପେଟ୍ରୋଲ ଇଞ୍ଜିନ ରଖିଛି । ଏଥିରେ 48-volt ଇଲେକଟ୍ରିକାଲ ଇଣ୍ଟିଗ୍ରେଟେଟ ସିଷ୍ଟମ ରହିଛି । ହାଇବ୍ରିଡ ପାୱାରଟ୍ରେନ 558 PSର ଦମଦାର ପାୱର ସହ 730 Nm  ଟ୍ରାକ ଜେନେରେଟ ସିଷ୍ଟମ ମଧ୍ୟ ଅଛି । ଏହାର ଦାମ ୨.୪୩ କୋଟି ଟଙ୍କାରୁ ଆରମ୍ଭ ହୋଇଛି ।

ଫିଚର୍ସ:

ଏହି ଗାଡ଼ିରେ ଭଲ ସେଫ୍ଟି ଫିଚର୍ସ ମଧ୍ୟ ରହିଛି । ଏଥିରେ ଏଡୋପ୍ଟିଭ ହାଇ ବିମ ଆସିଷ୍ଟ ପ୍ଲସ , ଏଡୋପ୍ଟିଭ ଏଲଇଡି ଟେଲ ଲାଇଟସ୍ , ୮ ଏୟାରବ୍ୟାଗ୍ସ , ଟିପିଏମଏସ , ୩୬୦ ଡିଗ୍ରୀ କ୍ୟାମେରା ସହ ପାର୍କିଂ ପ୍ୟାକେଜ ରହିଛି । ଇଲେକଟ୍ରିକାଲ ଟ୍ରେକସନ ସିଷ୍ଟମ 4ETS, ଡାଉନହିଲ ସ୍ପିଡ ରେଗୁଲେସନ , ଅଫ ରୋଡ ଡ୍ରାଇଭିଂ ମୋଡ, ପ୍ରି- ସେଫ ସିଷ୍ଟମ ମଧ୍ୟ ରହିଛି । ଏହା ବ୍ୟତିତ Mercedes ଏମରଞ୍ଜେନସି କଲ ସିଷ୍ଟମ , କାର ୱାଶ ମୋଡ,ଆଣ୍ଟେସନ ଆସିଷ୍ଟ , ରେଟ୍ରିକ୍ଟେବଲ ରନିଂ ବୋର୍ଡ , ଏବିଏସ , ଇଏସପି , ସେଫ୍ଟି ବେଲ୍ଟ ଭଳି ଦମଦାର ଫିଚର୍ସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.