ଦେଶର ସବୁଠାରୁ ଦାମୀ କାର୍ କିଣିଲେ ବିଗ୍ ବି : ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲି ପାରିବ ଏହାର ସିଟ୍ , ଜାଣନ୍ତୁ ଏହାର ଅନ୍ୟ ଦମଦାର ଫିଚର ଏବଂ ମୂଲ୍ୟ

ଦାମୀ ଦାମୀ କାର୍ ପ୍ରେମୀ ହେଉଛନ୍ତି ବଲିଉଡ୍ ଶେହେନ୍ସା । ରେଞ୍ଜ ରୋଭର୍, ଅଟୋବାୟୋଗ୍ରାଫି, ରଲ୍ସ ରୟସ୍ ଘୋଷ୍ଟ, ଏବଂ ମର୍ସିଡିଜ୍ ବେଞ୍ଜ ଏସ୍ କ୍ଲାସ୍ ଭଳି ଅନେକ ଦାମୀ କାରର ମାଲିକ ହେଉଛନ୍ତି ବିଗ୍ ବି । ଏବେ ପୁଣି ଥରେ ଆଉ ଏକ ଦାମୀ କାରକୁ ନେଇ ଚର୍ଚ୍ଚାରେ ଅମିତାଭ୍ ବଚ୍ଚନ । ଦେଶର ସବୁଠାରୁ ଦାମୀ ମଲ୍ଟି ପର୍ପସ୍ ଭେଇକିଲ୍ ଅର୍ଥାତ୍ ଏମପିିଭି କିଣିଛନ୍ତି । ଏହି ଏମବିପି ପୁରା ଦୁନିଆରେ ନିଜର ଲଗଜୁରୀ ଇଣ୍ଟେରିୟର୍ ଏବଂ ଦମଦାର ଫିଚର ପାଇଁ ପାଇଁ ପ୍ରସିଦ୍ଧ ।

ଅସଲରେ ଅମିତାଭ୍ ନିକଟରେ ମର୍ସିଡିଜ ବେଞ୍ଜ ଭି – କ୍ଲାସ୍ କିଣିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ ଲଂଚ୍ ହୋଇଥିବା ସବୁଠାରୁ ଦାମୀ ଏମପିିଭି କାର୍ ମଧ୍ୟରୁ ଅନ୍ୟତମ । ଭାରତରେ ଏହାର ମୂଲ୍ୟ ୬୮.୪ ଲକ୍ଷ । କାର୍ ଡେଲିଭରୀ ନେବା ସମୟରେ ଗାଡି ସାମ୍ନାରେ ଛିଡା ହୋଇ ଫଟୋ ଉଠାଇ ସେୟାର୍ କରିଛନ୍ତି ଅମିତାଭ୍ । ଚଳିତ ବର୍ଷ ମାର୍ଚ୍ଚ ମାସରେ ନିଜର ରଲ୍ସ ରୟସ୍ ଘୋଷ୍ଟ ୬ କୁ ଜଣେ ବ୍ୟବସାୟୀଙ୍କୁ ୩.୫ କୋଟିରେ ବିକ୍ରି କରିଥିଲେ । ଏହି କାରଟି ଅମିତାଭଙ୍କ ନିକଟରେ ୨୦୦୭ରୁ ଥିଲା ।

ଭାରତରେ ମର୍ସିଡିଜ ବେଞ୍ଜ ଭି – କ୍ଲାସ୍ ର ଦୁଇଟି ଭାରିଏଣ୍ଟ ଆସିଥାଏ । ଯେଉଁଥିରେ ରହିଛି ମର୍ସିଡିଜ ବେଞ୍ଜ V-Class Exclusive ଏବଂ V-Class Expression । ତେବେ ଅମିତାଭ୍ କେଉଁ ଭାରିଏଣ୍ଟ କିଣିଛନ୍ତି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଭି କ୍ଲାସର ଲଙ୍ଗ ହ୍ବିଲବେସ୍ ଭର୍ସନରେ ୬ ଟି ସିଟ୍ ଥିବା ବେଳେ ଏକ୍ସଟ୍ରା ଲଙ୍ଗ ଭର୍ସନରେ ୭ ଜଣ ବସିପାରିବେ । ଅନ୍ୟ ସାଧାରଣ ଗାଡି ଭଳି ଏଥିରେ ମଧ୍ୟ ସାମ୍ନା ଡୋର ରହିଛି । ଯେତେବେଳେ କି ପଛ ସିଟରେ ସ୍ଲାଇଡିଂ ଡୋରକୁ ସିଫ୍ଟ କରି ବସାଯାଇପାରିବ ।

ଏହି ଭି – କ୍ଲାସରେ ରହିଛି ହାଇ ଏଣ୍ଡ ଫିଚର । ଏହାର ମଝିରେ ଥିବା ସିଟକୁ ୧୮୦ ଡିଗ୍ରୀ ଯାଏ ବୁଲାଯାଇପାରିବ । ଏବଂ ପଛରେ ବସିଥବା ଯାତ୍ରୀଙ୍କ ସହ ସହଜରେ କଥା ହୋଇପାରିବେ । ବଡ଼ ବଡ଼ ବ୍ୟବସାୟୀ ଏବଂ ସେଲିବ୍ରିଟିଙ୍କ ପାଇଁ ଏହା ହେଉଛି ପରଫେକ୍ଟ କାର୍ । ସେହିପରି ଏହାର ଆଉ ଏକ ଫିଚର ହେଉଛି ଏଭିଏଣ୍ଟ ଲାଇଟିଙ୍ଗ୍ ସିଷ୍ଟମ । ଯାହା କ୍ୟାବିନର ଲାଇଟ୍ ହିସାବରେ କାରର ଏମ୍ବିଏନ୍ସ ବଦଳାଇପାରେ । ଏହି କାର୍ ମାତ୍ର ୧୦.୯ ସେକେଣ୍ଡରେ ୧୦୦ କିମି ପ୍ରତିଘଂଟାରେ ସ୍ପିଡରେ ଯାଇପାରେ । ବର୍ତ୍ତମାନ ଏହି କାରର ମୁକାବିଲା କରିବା ପାଇଁ ଭାରତରେ କୌଣସି କାର୍ ନାହିଁ । ତେବେ ଖୁବ୍ ଶୀଘ୍ର ଏହାକୁ ଟକ୍କର ଦେବା ପାଇଁ ଟୟୋଟା ନିଜର ଆଲଫ୍ରାଡ୍ ଏମବିପି ଲଂଚ୍ କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.