Below header

ମହିଳା ଯେଉଁ ସ୍ଥାନରେ ରହୁଛନ୍ତି ସେଇ ଯାଗାରୁ ହିଁ ଶ୍ବଶୁରଘର ବିରୁଦ୍ଧରେ କରିପାରିବେ ମାମଲା ରୁଜୁ : ସୁପ୍ରିମକୋର୍ଟ

ଉଚ୍ଚତମ ନ୍ୟାୟାଳୟ ମହିଳାଙ୍କୁ ନେଇ ବଡ ନିଷ୍ପତିର ଘୋଷଣା କରିଛନ୍ତି। ନ୍ୟାୟାଳୟ ଶୁଣାଇଛନ୍ତି ଯେ ଶ୍ବଶୁର ଘର ଛାଡି ଅଳଗା ରହୁଥିବା ମହିଳା ନିଜ ସ୍ବାମୀ ଏବଂ ଶ୍ବଶୁର ଘର ବିରୁଦ୍ଧରେ ସେହି ଯାଗାରେ ମାମଲା ରୁଜୁ କରିପାରିବ ଯେଉଁ ଯାଗାରେ ସେ ରହୁଛନ୍ତି।

ପ୍ରଧାନ ନ୍ୟାୟାଧୀସ ରଞ୍ଚନ ଗୋଗୋଇ ଏକ ମହତ୍ତ୍ବପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି ଯେ ଯୌତୁକ ନିର‌୍ୟାତନାରେ ତଥା ପ୍ରତାରଣା ମାମଲାରେ ଅଲଗା ରହୁଥିବା ମହିଳା ନିଜ ସ୍ବାମୀ ଏବଂ ଶ୍ବଶୁର ଘର ବିରୁଦ୍ଧରେ ମାମଲା ରୁଜୁ କରିପାରିବ।

domestic-violenceନ୍ୟାୟାଳୟ ଜଣାଇଛନ୍ତି ଯେ ମହିଳା ଯେଉଁଠି ରହୁଛନ୍ତି ସେହି ସ୍ଥାନରୁ ମଧ୍ୟ ମାମଲା ରୁଜୁ କରିପାରିବ। ସୁପ୍ରିମକୋର୍ଟଙ୍କ ଏହି ଶୁଣାଣୀ ଏହା ପ୍ରମାଣିତ ହେଲା ଯେ ମହିଳା ଯେଉଁ ସ୍ଥାନରେ ରହୁଛନ୍ତି ସେହି ଯାଗାରେ ରହି ବିବାହ ସମ୍ବଦ୍ଧୀୟ ମାମଲା ରୁଜୁ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.