କେନ୍ଦ୍ରାପଡ଼ାରେ ହେଭିୱେଟ୍‌ ନୋମିନେସନ୍‌ : ନାମାଙ୍କନ ଦାଖଲ କଲେ ବିଜେଡିର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଶଶିଭୂଷଣ ବେହେରା

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ନାମାଙ୍କନ ଦାଖଲ କଲେ ଅନୁଭବ ମହାନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ମନୋନୟନପତ୍ର ଦାଖଲ କରିଛନ୍ତି। ଏତିକିବେଳେ ତାଙ୍କ ପାଖରେ ଉପସ୍ଥିତ ଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।

anubhav mohanty ଆଜି ନିଜ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ପାଇଁ ବାହିରିଥିଲେ ଅନୁଭବ। ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ରୋଡ୍‌ ସୋରେ ଆସିଥିଲେ।

sashiସେହିପରି ଆଜି ସରୁଛି ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲ। କେନ୍ଦ୍ରାପଡ଼ାରେ ବିଜେଡିର ବିଧାନସଭା ପ୍ରାର୍ଥୀ ଶଶିଭୂଷଣ ବେହେରା ମଧ୍ଯ ନାମାଙ୍କନ ଦାଖଲ କରିଛନ୍ତି । କର୍ମୀ ଓ ସମର୍ଥକଙ୍କ ସହ ଦୁଇ ପ୍ରାର୍ଥୀ ପ୍ରଥମେ ବଳଦେବଦୀଉ ମନ୍ଦିର ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା ପରେ ଏକ ରୋଡ ଶୋରେ ଯାଇ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି ।

Leave A Reply

Your email address will not be published.