ଜୟା ବଚ୍ଚନ ଲେଖିଥିଲେ ଅମିତାଭଙ୍କ ଏହି ସୁପରହିଟ ଫିଲ୍ମର ଷ୍ଟୋରୀ, ଜନ୍ମଦିନରେ ଜାଣନ୍ତୁ ଆହୁରି କିଛି ଅଜଣା କଥା

ଆଜି ବଲିଉଡର ଅଭିନେତ୍ରୀ ତଥା ରାଜନେତ୍ରୀ ଜୟ ବଚ୍ଚନଙ୍କ ଜନ୍ମଦିନ। ଜୟା ୭୧ ବର୍ଷରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ତାଙ୍କ ବିଷୟରେ ଆମେ ଜାଣିବା କିଛି ରୋଚକ କଥା। ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡି ବଲିଉଡରେ ବହୁତ ଲୋକପ୍ରିୟ ଅଟେ। ଜୟା ଏବଂ ଅମିତାଭଙ୍କ କେମେଷ୍ଟ୍ରୀ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ। ତାଙ୍କ ଜୀବନକୁ ନେଇ ବହୁତ ଘଟଣା ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଅମିତାଭ ବଚ୍ଚନଙ୍କ ଏକ ଫିଲ୍ମର କାହାଣୀ ଲେଖିଥିଲେ ଜୟା ବଚ୍ଚନ। ଏହି ଫିଲ୍ମ ବକ୍ସ ଅଫିସରେ ସୁପର ଡୁପର ହିଟ ହୋଇଥିଲା।
କେବଳ ଏତିକି ନୁହେଁ ଫିଲ୍ମର ଡାଇଲଗ ମଧ୍ୟ ବହୁତ ଚର୍ଚ୍ଚିତ ହୋଇଥିଲା। ୧୯୮୮ ମସିହାରେ ରିଲିଜ ହୋଇଥିବା ଅମିତାଭଙ୍କ ଫିଲ୍ମ ‘ସେହେନଶାହ ବକ୍ସ ଅଫିସରେ ବହୁତ ଟଙ୍କା କମାଇଥିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫିଲ୍ମର କାହାଣୀ ଜୟା ବଚ୍ଚନ ଲେଖିଥିଲେ। ସେହି ସମୟରେ ଜୟା ଫିଲ୍ମ ଦୁନିଆକୁ ଆସିନଥିଲେ। ‘ସେହେନଶାହ ଫିଲ୍ମର ଗୋଟିଏ ଡାଇଲଗ୍ ହେଉଛି-‘ ରିସ୍ତେ ମେଁ ତୋ ହମ୍ ତୁମ୍ହାରେ ବାପ୍ ହୋତେ ହେଁ, ନାମ ହେଁ ସେହେନଶାହ‘।
ଜାଣନ୍ତୁ ଜୟା ବଚ୍ଚନଙ୍କୁ ନେଇ ଆଉ କିଛି ଅଜଣା କଥା
-ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ୧୯୭୩ ମସିହା ଜୁନ ୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
-ଜୟା ବଚ୍ଚନଙ୍କୁ ୧୯୯୨ ମସିହାରେ ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। କେବଳ ଏତିକି ନୁହେଁ ସେ ୩ ଥର ଆଇଫା ଆୱାର୍ଡ ଏବଂ ୯ ଥର ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇ ସାରିଛନ୍ତି। ଏହାଛଡା ୨୦୧୭ରେ ତାଙ୍କୁ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା।
-ଫିଲ୍ମ ‘ଶୋଲେ’ ର ସୁଟିଂ ସମୟରେ ଜୟା ବଚ୍ଚନ ଝିଅ ଶ୍ବେତା ତିୱାରିଙ୍କୁ ଜନ୍ମ ଦେଇଥିଲେ। ଏହାପରେ ଜୟା ବଚ୍ଚନ ଫିଲ୍ମ ଦୁନିଆରୁ ଦୂର ହୋଇ ଝିଅ ସହିତ ସମୟ ବିତାଇବା ପାଇଁ ନିଷ୍ପିତି ନେଇଥିଲେ।
ଆଜି ଜୟା ବଚ୍ଚନଙ୍କ ଜନ୍ମଦିନରେ ଝିଅ ଶ୍ବେତା ତାଙ୍କର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର କରି ସେ କ୍ୟାପସନରେ ମା’ଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏହି ଅବସରରେ ସେ ଏକ ଡିନର ପାର୍ଟିର ଆୟୋଜନ ମଧ୍ୟ କରିଥିଲେ ଶ୍ବେତା।