Below header

ମଧ୍ୟପ୍ରଦେଶ: IT ରେଡରେ ଧରାପଡ଼ିଛି ବେଆଇନ ୨୮୧ କୋଟି ଟଙ୍କା, ରାଜନୈତିକ ଦଳକୁ ୨୦ କୋଟି ଦେଇଥିବା ସନ୍ଦେହ

ଦିଲ୍ଲୀର ଆୟକର ଟିମ୍ ଦ୍ବାରା ମଧ୍ୟପ୍ରଦେଶ ସହିତ ତିନୋଟି ରାଜ୍ୟରେ ପାଖାପାଖି ୫୦ଟି ଯାଗାରେ ରେଡ କରାଯାଇ ଏକ ମାମଲା ସାମ୍ନାକୁ ଆସିଛି। ଏଥିରେ ୨୮୧ କୋଟି ବେଆଇନ ଟଙ୍କା ଧରାପଡ଼ିଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ (ସିବିଡିଟି) ର ମତ ଅନୁଯାୟୀ ରାଜନୀତି, ବ୍ୟବସାୟ ଏବଂ ସରକାରୀ ସେବାରେ ଜଡ଼ିତ ଥିବା ଲୋକମାନଙ୍କ ଜରିଆରେ ଏହି ଟଙ୍କା ଏକାଠି କରାଯାଇଥିଲା।

ସିବିଡିଟିର ସୂଚନା ଅନୁଯାୟୀ, ଏହି ବେଆଇନ ଟଙ୍କା ମଧ୍ୟରେ ଦିଲ୍ଲୀର ଏକ ରାଜନୈତିକ ଦଳ ସାମିଲ ଥିବା ଜଣାପଡିଛି । ଯେଉଁଥିରେ  ୨୦ କୋଟି ଟଙ୍କା  ପାର୍ଟିର ବରିଷ୍ଠ ପଦାଧିକାରୀଙ୍କ ତୁଗଲକ ରେଡ ସ୍ଥିତ ବାସଭବନରୁ ପାର୍ଟି ମୁଖ୍ୟାଳୟକୁ ପଠାଯାଇଥିଲା। ସିବିଡିଟି ତରଫରୁ ଜାରି କରାଯାଇଥିବା ବୟାନରେ କୌଣସି ନେତାଙ୍କର ନାମ ଘୋଷଣା କରାଯାଇନାହିଁ।

it red in mpଏହା ବ୍ୟତୀତ ଦିଲ୍ଲୀର ଆୟକର ଟିମ୍ ଦ୍ବାରା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅତି ନିଜ ଲୋକମାନଙ୍କ ଘରେ ଜବରଦସ୍ତି ରେଡ କରାଯାଇଥିଲା। ଏହା ପାଖାପାଖି ୩୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଏହା ମଧ୍ୟରେ ଇନ୍ଦୋର ଏବଂ ଭୋପାଳର ଆୟକର ଟିମ୍ ଙ୍କ ସହ ସିଆରପିଏଫ ଯବାନ ମଧ୍ୟ ରହିଥିଲେ। ଭୋପାଳରେ ସିଆରପିଏଫ ଯବାନଙ୍କ ସହ ପ୍ରଦେଶ ପୋଲିସଙ୍କ ଝଗଡା ଦେଖିବାକୁ ମିଳିଥିଲା।

kamal-nath

-ସିବିଡିଟି ର ରିପୋର୍ଟ ଅନୁଯାୟୀ ଜଣେ ପଦାଧିକାରୀଙ୍କ ସମ୍ପକୀୟଙ୍କର ଦିଲ୍ଲୀ ସ୍ଥିତ ଠିକଣାରେ ରେଡ ହେବା ପରେ ଅନେକ ପ୍ରମାଣ ମିଳିଛି। ଏହା ମଧ୍ୟରେ ଏକ ଡାୟେରୀ ରହିଛି, ଯେଉଁଥିରେ ୨୩୦ କୋଟି ବେନାମୀ ଲେଣ-ଦେଣର ପ୍ରମାଣ ରହିଛି।

-ଏହା ବ୍ୟତୀତ ୨୪୨ କୋଟି ଟଙ୍କାର ନକଲି କାଗଜପତ୍ର ଥିବା ୮୦ଟି କମ୍ପାନି ବିଷୟରେ ତଥ୍ୟ ମିଳିଛି।

-ସିବିଡିଟି ଟିମ ଆହୁରୀ ମଧ୍ୟ ସୂଚନା ଦେଇଛନ୍ତି ୧୪.୬ କୋଟି ଟଙ୍କାର ବେଆଇନ କେସ, ୨୫୨ ଟି ମଦ ବୋତଲ ଏବଂ ଅସ୍ତ୍ର-ଶସ୍ତ୍ର ମଧ୍ୟ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.