ସାବଧାନ ଜଲଦି ବନ୍ଦ ହୋଇଯିବ ମୋବାଇଲ ପୋର୍ଟାବିଲିଟି ସେବା

ନୂଆଦିଲ୍ଲୀ : ମୋବାଇଲ ନମ୍ବର ପୋର୍ଟାବଲ୍ କରୁଥିବା ବ୍ୟବହାରକାରୀ ମାନଙ୍କୁ ଆଗକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ସୂଚନା ମୁତାବକ ମୋବାଇଲ ନମ୍ବର ପୋର୍ଟାବିଲିଟି ସୁବିଧା ଏବେ ବନ୍ଦ ହେବାକୁ ଯାଉଛି। ଏହା ଏକ ସେବା ଯାହା ଦ୍ବାରା ଆପଣ ନିଜର ନମ୍ବର ନ ବଦଳାଇ କେବଳ ଟେଲିକମ କମ୍ପାନି ବଦଳାଇ ପାରିବେ। କୁହାଯାଉଛି ଯେ ଟ୍ରାଇ ପୋର୍ଟାବିଲିଟି ପାଇଁ ଦିଆଯାଉଥିବା ଶୁଳ୍କକୁ କମ କରିବା କାରଣରୁ କମ୍ପାନିକୁ ବହୁତ କ୍ଷତି ସହିବାକୁ ପଡୁଛି।ଏଥିପାଇଁ ଉପାୟ ଶୂନ୍ୟ ହୋଇ କମ୍ପାନି ଏହି ନିଷ୍ପତ୍ତି ନେଇଛି।
mobile pprtabiliti

ସୂଚନା ମୁତାବକ କମ୍ପାନି ଏମଏନପି ଇଣ୍ଟର କନେକସନ ଟେଲିକମ୍ ସଲ୍ୟୁସନ୍ସ ଏବଂ ସିନିୟର୍ସ ଟେକ୍ନୋଲୋଜିସଙ୍କୁ ଏକ ପତ୍ର ଲେଖା ଯାଇଛି। ଜାନୁଆରୀ ରୁ ଏବେ ପର୍ୟ୍ୟନ୍ତ ମୋବାଇଲ ନମ୍ବର ପୋର୍ଟାବିଲିଟିରେ ୮୦% କମିଛି। ଯେଉଁ କାରଣରୁ କମ୍ପାନି ଏହି ନିଷ୍ପତ୍ତିକୁ ନେଇଛି। ଯଦି ଏହି ଭଳି ଅବସ୍ଥା ରୁହେ ତେବେ ଆସନ୍ତା ବର୍ଷ ମାର୍ଚ୍ଚରେ ଲାଇସେନ୍ସ ସରିବା ପରେ କମ୍ପାନି ଗୁଡ଼ିକ ଏହାକୁ ରିନ୍ୟୁ କରିବାକୁ ଚାହିଁବେ ନାହିଁ। ଯେଉଁ କାରଣରୁ ଗ୍ରାହକଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ। ଏମଏନପି କମ୍ପାନି ବନ୍ଦ ହେବା ପରେ ଗ୍ରାହକଙ୍କୁ ନିଜର ନମ୍ବର ବଦଳାଇବା ପରିବର୍ତ୍ତେ କମ୍ପାନିକୁ ବଦଳାଇବାକୁ ପଡିବ। ଯେଉଁ କାରଣରୁ ଗ୍ରାହକଙ୍କର ବହୁତ ବଡ ସମସ୍ୟା ଉପୁଜିପାରେ।

Leave A Reply

Your email address will not be published.