ଫୋପାଡନ୍ତୁ ନାହିଁ ପାଣି ବୋତଲ, ଏବେ ତାହାକୁ ବିକ୍ରି କରି ହୋଇପାରିବେ ମାଲାମାଲ

ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନର ବଡ ପ୍ରଭାବ ଦେଖିବାକୁ ମିଳୁଛି। ରେଲବାଇ ସମେତ ଅନେକ ମନ୍ତ୍ରାଳୟ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ପୂର୍ବରୁ ହିଁ ଘୋଷଣା କରିସାରିଛନ୍ତି। ଏବେ ପ୍ୟାକେଜ୍‌ ଓ୍ଵାଟର ନିର୍ମାଣ କରୁଥିବା କମ୍ପାନୀ ଏହାର ଅଂଶୀଦାର ହେବାକୁ ଯାଉଛି।

ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ନେଇ ୨ ଆକ୍ଟୋବର ଠାରୁ ଆରମ୍ଭ ହେଉଥିବା ଅଭିଯାନକୁ ଆଖି ଆଗରେ ରଖି ଉପଭୋକ୍ତା ମାମଲା, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରୀ ରାମବିଳାସ ପାସଓ୍ଵାନ ବୋତଲ ବନ୍ଦ ପାଣି ମ୍ୟାନୁଫ୍ରାକଚରର ସମ୍ଭାବନା ଖୋଜିବାରେ ଶୀଘ୍ର କୌଣସି ବିକଳ୍ପ ପାଇଲେ ନାହିଁ। ପାସଓ୍ଵାନଙ୍କ ପାଖୁ ପାଣି ବୋତଲର ବିକଳ୍ପ ଭାବରେ ଅନେକ ବୋତଲ ଆସିଲା କିନ୍ତୁ କାହାର ଦାମ ଅଧିକ ତ କେଉଁଟା କମ୍‌ ଥିଲା। ବହୁତ ଚେଷ୍ଟା ପରେ ମଧ୍ୟ କୌଣସି ସିଦ୍ଧାନ୍ତରେ ପହଁଚି ହେଲାନାହିଁ।

plasticକଣ ପ୍ଲାଷ୍ଟିକରେ ବନ୍ଦ ପାଣି ବୋତଲର କିଛି ବିକଳ୍ପ ରହିଛି

ବୋତଲ ବନ୍ଦ ଏହାରମ୍ୟାନୁଫ୍ରାକଚରଙ୍କ ଅନୁଯାୟୀ ଏହାର ଏବେ ଯାଏଁ କୌଣସି ବିକଳ୍ପ ନାହିଁ। ଏବେ ଇଣ୍ଡଷ୍ଟ୍ର୍ରୀ ଏବଂ ସରକାରଙ୍କ ସାମ୍ନାରେ ଏହାକୁ ନେଇ ପ୍ରଶ୍ନ ରହିଛି ଯେ ପରିଶେଷରେ ଏହାର ବିକଳ୍ପ କଣ ହୋଇପାରେ।

ଏହାସହ ପଢନ୍ତୁ : ଏରୋପ୍ଲେନ ଭଳି କାର ବି ଉଡ଼ିବ ଆକାଶରେ, ଆସନ୍ତା ବର୍ଷ ହୋଇପାରେ ଲଞ୍ଚ

ଏହି ଅଭିଯାନରେ ଏକ ପ୍ୟାକେଜ୍‌ ଓ୍ଵାଟର ନିର୍ମାଣ କରୁଥିବା କମ୍ପାନୀ ହାତ ମିଶାଇଛନ୍ତି। ଏହି କମ୍ପାନୀ ବୋତଲ ସଫା ଥିଲେ ୧୫ ଟଙ୍କା ପ୍ରତି କିଲୋ ଏବଂ ଖରାପ ଥିଲେ ୧୦-୧୨ ଟଙ୍କା ପ୍ରତି କିଲୋ ହିସାବରେ ନିଆଯିବ। ମୁମ୍ବାଇରେ ଏହି ଯୋଜନା ୨ ବର୍ଷ ପୂର୍ବରୁ ଆରମ୍ଭ ହୋଇସାରିଛି ଏବଂ ଏବେ ପଯ୍ୟର୍ନ୍ତ ୫ ହଜାର ଟନ୍‌ ପ୍ଲାଷ୍ଟିକ ଏହି କମ୍ପାନୀ ଏକାଠି କରିଛନ୍ତି। କଲ କରିବା ପରେ କମ୍ପାନୀର ରିପ୍ରେଜେଣ୍ଟେଟିଭ୍‌ ଗ୍ରାହକଙ୍କ ପାଖକୁ ଯିବ ଏବଂ ଓଜନ ହିସାବରେ ଦାମ ଦିଆଯିବ। ଏହାପରେ ଏହି ବୋତଲକୁ ରିସାଇକିଲ ପ୍ଲାଣ୍ଟ ପଯ୍ୟର୍ନ୍ତ ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.