ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି : ଜନଧନ ଯୋଜନାରେ ଏବେ ୧ ଲକ୍ଷ ନୁହେଁ ମିଳିବ ୨ଲକ୍ଷ

ପୁଣି ନୂଆ ଯୋଜନା ଆଣିଲେ ମୋଦି ସରକାର । ଏବେ ଦୁଇ ଗୁଣା ହେବ ଜନଧନ ଖାତାରେ ମିଳୁଥିବା ଓଭର୍ ଡ୍ରାଫ୍ଟର ସୀମା ଏବଂ ରାଶି । ଅର୍ଥାତ୍ ୫ହଜାର ସ୍ଥାନରେ ୧୦ ହଜାର ହେବ ଓଡିର ସୀମା । ଏହା ସହ ଏହି ଯୋଜନାରେ ଯେଉଁମାନେ ଖାତା ଖୋଲିବେ ସେମାନଙ୍କୁ ଦୁର୍ଘଟଣା ଜନିତ ରାଶି ୨ ଲକ୍ଷ ମିଳିବ । କିନ୍ତୁ ୨୮ ଅଗଷ୍ଟ ୨୦୧୮ ପରେ ଖୋଲାଯାଇଥିବା ଖାତାଧାରୀଙ୍କୁ ୨ ଲକ୍ଷର ଇନ୍ସୁରାନ୍ସ ମିଳିବ । ଏହା ପୂର୍ବରୁ ଖୋଲାଯାଇଥିବା ଖାତାଧାରୀ କେବଳ ୧ ଲକ୍ଷ କ୍ଲେମ୍ କରିପାରିବେ । ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ଘୋଷଣା କରିଛନ୍ତି ।
ଯଦି ଓଡି କଥା କହିବା ତେବେ ବର୍ତ୍ତମାନ ସ୍ଥିତିରେ ଓଡିର ସୀମା ୫ ହଜାର ହିଁ ରହିବ । କିନ୍ତୁ ନୂଆ ଖାତାଧାରୀଙ୍କ ପାଇଁ ଏହା ୧୦ ହଜାର କରିବା ପାଇଁ ସ୍ଥିର ହୋଇଛି । ୨ହଜାର ଟଙ୍କା ଓଡି ପାଇଁ କୌଣସି ସର୍ତ୍ତ ପାଳନ କରିବାକୁ ପଡିବ ପାଇଁ ବୋଲି ଜଣାପଡିଛି । ପ୍ରଥମ ଓଭରଡ୍ରାଫଟର ବୟସ ସୀମା ୧୮ ରୁ ୬୦ ବର୍ଷ ପର୍ୟ୍ୟନ୍ତ ଥିଲା । ଏବେ ଏହାକୁ ୬୫ ବର୍ଷ ପର୍ୟ୍ୟନ୍ତ ବଢାଇଦିଆଯାଇଛି ।
ଏବେ ଏହି ଯୋଜନାରେ ସବୁ ପରିବାର ସ୍ଥାନରେ ସମସ୍ତ ବ୍ୟକ୍ତିଙ୍କ ବେସିକ୍ ଆକାଉଂଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କ ଜନଧନ ଖାତା ଖୋଲାଯାଉଥିଲା । ଏବେ କିନ୍ତୁ ପରିବାର ସମସ୍ତ ବୟସ୍କ ବ୍ୟକ୍ତିଙ୍କ ଖାତା ଖୋଲିବା ଲକ୍ଷ ରଖିଛନ୍ତି ମୋଦି ସରକାର ।