ଜାଣନ୍ତୁ, କେଉଁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ୍‌ ଉପରେ ମିଳୁଛି ଅଧିକ ସୁଧ

ନୂଆଦିଲ୍ଲୀ : ବର୍ତ୍ତମାନର ବଜାର ସ୍ଥିତିକୁ ନେଇ ଅନେକ ସମୟରେ ବ୍ୟାଙ୍କ ସଞ୍ଚୟ ଉପରେ ସୁଧ ଆଦିରେ ପରିବର୍ତ୍ତନ ହେଉଛି । ତେବେ ଅନେକ ଲୋକ ସଞ୍ଚୟ ପାଇଁ ଫିକ୍ସଡ୍‌ ଡିପୋଜିଟ୍‌କୁ ଏକ ଭଲ ଉପାୟ ବୋଲି ମନେ କରନ୍ତି । ଆସନ୍ତୁ ଜାଣିବା ବର୍ତ୍ତମାନ ସମୟରେ କେଉଁ ବ୍ୟାଙ୍କ ୧ରୁ ଦୁଇ ବର୍ଷ ବା ସର୍ଟ ଟର୍ମ ଫିକ୍ସଡ ଡିପୋଜିଟ୍‌ ଉପରେ ଭଲ ସୁଧ ଦେଉଛନ୍ତି ।

୧-ଏଚ୍‌ଡିଏଫ୍‌ସି ବ୍ୟାଙ୍କ କୋଟିଏ ଟଙ୍କାରୁ କମ୍‌ ସଞ୍ଚୟ ଉପରେ ୧ ବର୍ଷ ପାଇଁ ୭.୩୦ ପ୍ରତିଶତ ସୁଧ ଦେଉଛି । ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ହେଉଛି ୭.୮୦ ପ୍ରତିଶତ । ୧ କୋଟି ଟଙ୍କାରୁ ଅଧିକ ଓ ୫ କୋଟିରୁ କମ୍‌ ରଖିଲେ ବର୍ଷକୁ ସୁଧ ୭.୫୦ ପ୍ରତିଶତ ମିଳିବ । ବରିଷ୍ଠ ନାଗରିକଙ୍କୁ ମିଳିବ ୮ ପ୍ରତିଶତ ହାରରେ ସୁଧ ।
୨-ୟେସ୍‌ ବ୍ୟାଙ୍କ ୧ କୋଟି ଟଙ୍କାରୁ କମ୍‌ ସଞ୍ଚୟ ଉପରେ ୭.୨୫ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୭.୭୫ ପ୍ରତିଶତ ସୁଧ ଦେଉଛି ।
୩-ଆଇଡିଏଫ୍‌ସିରେ ୭.୦୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୭.୫୦ ପ୍ରତିଶତ ସୁଧ ମିଳୁଛି ।
୪-ତେବେ ଆରବିଏଲ୍‌ ଓ ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କରେ ଏହି ସୁଧ ହାର ସର୍ବାଧିକ । ୧ କୋଟିରୁ କମ୍‌ ଟଙ୍କା ଉପରେ ବାର୍ଷିକ ୮ ପ୍ରତିଶତ ସୁଧ ବିଳୁଛି ସାଧାରଣ ନାଗରିକଙ୍କୁ । ବରିଷ୍ଠ ନାଗରିକ ପାଇବେ ୮.୫୦ ପ୍ରତିଶତ ସୁଧ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.