Below header

ଚନ୍ଦା କୋଚରଙ୍କ ନାଁରେ ଏଫ୍‌ଆଇଆର ଦେଇଥିବା ସିବିଆଇ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ : ଚନ୍ଦା କୋଚରଙ୍କ ବିରୋଧରେ ଏଫ୍‌ଆଇଆର ଦେଇଥିବା ସିବିଆଇ ଅଫିସରଙ୍କ ବଦଳି । ସିବିଆଇ ଅଫିସର ସୁଧାଂଶୁ ଧର ମିଶ୍ରାଙ୍କୁ ବଦଳି କରି ତାଙ୍କ ସ୍ଥାନରେ କୋଲକାତା କାର୍ଯ୍ୟାଳୟର ବିଶ୍ୱଜିତ ଦାସଙ୍କୁ ନିଯୁକ୍ତି ଦିଆଯାଇଛି । ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦିପକ କୋଚରଙ୍କ ନାଁରେ ଭିଡିଓକନ୍‌ ଗ୍ରୁପ୍‌କୁ ୩,୨୫୦ କୋଟି ଟଙ୍କା ୠଣ ପ୍ରଦାନ ନେଇ ଅନିୟମିତତା ଅଭିଯୋଗ ରହିଛି । ସିବିଆଇ ଉଭୟ ଚନ୍ଦା ଏବଂ ଦୀପଙ୍କ ସମେତ ଭିଡିଓକନ୍‌ ଗ୍ରୁପ୍‌ ପରିଚାଳନ ନିର୍ଦ୍ଦେଶକ ବେଣୁଗୋପାଳଙ୍କ ନାଁରେ ମଧ୍ୟ ଏଫ୍‌ଆଇଆର ଦେଇଛି । ତେବେ ଏଭଳି ଏକ ସମ୍ବେଦନଶୀଳ ମାମଲାର ଖୋଳତାଡ଼ ଚାଲିଥିବା ବେଳେ ସିବିଆଇ ଅଫିସର ସୁଧାଂଶୁ ଧର ମିଶ୍ରାଙ୍କ ବଦଳିକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ସିବିଆଇ ନିଜ ଲକ୍ଷ୍ୟରୁ ଦୂରେଇ ଯାଇ ତଦନ୍ତ କରୁଛି । ଏହା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.