Below header

ଷ୍ଟାଚ୍ୟୁ ଅଫ୍ ୟୁନିଟିର ଆଖପାଖ ଅଞ୍ଚଳରୁ ସ୍ଥାନାନ୍ତର ହେଲେ ୩୦୦ କୁମ୍ଭୀର , ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ନିଆଗଲା ଏହି ନିଷ୍ପତ୍ତି

ଅହମଦାବାଦ : ସରକାର ବିଶ୍ବର ସବୁଠାରୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଖାପାଖି ଅଞ୍ଚଳରୁ ପ୍ରାୟ ୩୦୦ରୁ ଅଧିକ କୁମ୍ଭୀରକୁ ଉଦ୍ଧାର କରି ଅଲଗା ସ୍ଥାନକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନେଇଛନ୍ତି । ବନବିଭାଗ ମୁତାବକ, ପର୍ଯ୍ୟଟକଙ୍କ ପାଇଁ ସି-ପ୍ଳେନ୍ ସେବା ଆରମ୍ଭ କରିବା ପୂର୍ବରୁ ସୁରକ୍ଷାକୁ ଆଖିରେ ରଖି ଏପରି କରାଯାଉଛି । ଏହି ୧୮୨ ମିଟର ଉଚ୍ଚ ବଲ୍ଳଭଭାଇ ପଟେଲଙ୍କ ପ୍ରତିମାକୁ ଦେଖିବା ପାଇଁ ନିତିଦିନ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି ।

SRI LANKA-ANIMALପିଞ୍ଜରାରେ ଉଦ୍ଧାର କରାଯାଇ ଟ୍ରକ୍ ମାନଙ୍କରେ କରାଯାଉଛି ସ୍ଥାନାନ୍ତର :

– ବନ ଅଧିକାରୀ ଅନୁରାଧା ସାହୁଙ୍କ ମୁତାବକ, ତିନି ମିଟରରୁ ଅଧିକ ଲମ୍ବା ବିଶିଷ୍ଟ କୁମ୍ଭୀର ଗୁଡିକୁ ସ୍ଥାନାନ୍ତର କରାଯାଉଛି । ଏମାନଙ୍କୁ ପିଞ୍ଜରାରେ ବନ୍ଦ କରାଯାଇ ଟ୍ରକ୍ ସାହାର୍ଯ୍ୟରେ ଗୁଜୁରାଟର ଅନ୍ୟ ଏକ ସ୍ଥାନରେ ରଖାଯାଉଛି ।

-ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ଏମ ଡର୍ଜନରୁ ଅଧିକ କୁମ୍ଭୀର ମାନଙ୍କୁ କଢାଯାଇ ସ୍ଥାନାନ୍ତର କରାଯାଇ ସାରିଲାଣି । ଏହି ସବୁ କୁମ୍ଭୀର ଗୁଡିକୁ ପ୍ରତିମାସ୍ଥଳୀର ପାଖାପାଖି ସ୍ଥାନରେ ଧରାଯାଇଛି ।

ବନ୍ୟଜୀବ ପ୍ରେମୀମାନେ କଲେ ଆଲୋଚନା :

-ବନ୍ୟଜୀବ ମାଗାଜିନର ସମ୍ପାଦକ ବିଟୁ ସେହେଗଲ ଟ୍ୟୁଟ୍ କରି ସରକାର ଏବଂ ସ୍ଥାନୀୟ ପ୍ରଶାସନଙ୍କ ଏହି ନିଷ୍ପତ୍ତି ଉପରେ ଆଲୋଚନା କରିଛନ୍ତି । ସେ ଲେଖିଛନ୍ତି, କଣ ଆମେ ସାମୁହିକ ରୂପରେ ନିଜର ଜ୍ଞାନ ହରାଇ ବସିଲେଣି?

– ଅନ୍ୟପଟେ ୱାଇଲ୍ଡ ଲାଇଫ୍ ବୋର୍ଡ ସଦସ୍ୟ ପ୍ରୀୟବ୍ରତ ଗଡବୀ କହିଛନ୍ତି ଏହି କୁମ୍ଭୀର ଗୁଡିକୁ ସ୍ଥାନାନ୍ତର କରିବା ପୂର୍ବରୁ ପ୍ରଶାସନ ଥରେ ବୈଜ୍ଞାନିକ ବିଶ୍ଳେଷଶ କରିନେବା ଦରକାର ଥିଲା ।

4ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ଦୁଇ ଗୁଣା ଏହି ପ୍ରତିମା :

-ସରଦାର ବଲ୍ଲଭଭାଇ ପଟେଲଙ୍କ ଏହି ପ୍ରତିମା ନର୍ମଦା ଜିଲ୍ଲାର ସରଦାର ବାଂନ୍ଧ ପାଖାପାଖି ସ୍ଥାପିତ କରାଯାଇଛି । ଏହା ବଡୋଦରାରୁ ପାଖାପାଖି ୧୦୦ କିମି ଏବଂ ଗୁଜୁରାଟର ରାଜଧାନୀ ଅହମଦାବାଦରୁ ପାଖାପାଖି ୨୦୦ କିଲୋମିଟର ଦୁରରେ ଅବସ୍ଥିତ ।
ତେବେ ଏହି ପ୍ରତିମା ନିକଟରେ ପହଁଚିବା ପାଇଁ ପୁଲ୍ ଏବଂ ଡଙ୍ଗାର ବ୍ୟବସ୍ଥା କରାଯାଇଛି। ଷ୍ଟାଚ୍ୟୁରେ ଦୁଇଟି ଲିଫ୍ଟ ମଧ୍ୟ ଲାଗିଛି । ଏହି ଜରିଆରେ ପ୍ରତିମାର ଛାତି ପାଖରେ ପହଁଞ୍ଚି ସରଦାର ସରୋବର ବନ୍ଧର ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିପାରିବେ ।

ଭୂକମ୍ପକୁ ସହ୍ୟ କରିପାରିବ ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟି :

-ଏହି ପ୍ରତିମା ଭୂକମ୍ପ ପ୍ରତିରୋଧକ ଭିତିରେ ନିର୍ମାଣ କରାଯାଇଛି। ଏହା ୬.୫ ତୀବ୍ରତା ବିଶିଷ୍ଟ ଭୂକମ୍ପକୁ ସହ୍ୟ କରିବା ସହିତ ୧୮୦ କିମି ପ୍ରତି ଘଂଟା ତିବ୍ରତାରେ ଚାଲୁଥିବା ପବନକୁ ମଧ୍ୟ ସାମ୍ନା କରିପାରିବାର କ୍ଷମତା ରଖିଛି । ଏହି ଲୌହ ପୁରୁଷଙ୍କ ପ୍ରତିମା ନିର୍ମାଣରେ ଲକ୍ଷ ଲକ୍ଷ ଟନ୍ ଲୁହା ଏବଂ ତମ୍ବା ଲାଗିଛି । ଏହାକୁ ଭାରତୀୟ ଶ୍ରମିକଙ୍କ ସହିତ ମିଶି ଚୀନର ୨୦୦କର୍ମଚାରୀ ନିର୍ମାଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.