ଖାଲି ପଡିଛି ୪୦୦ରୁ ଅଧିକ ସରକାରୀ ଚାକିରି, ଦରମା ମିଳିବ ୨ ଲକ୍ଷ

ସ୍ବାସ୍ଥ୍ଯ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଜଲଦି କରନ୍ତୁ, ନ୍ଯାସନାଲ ହେଲ୍‌ଥ ମିଶନ (NHM) ର ଆସାମରେ ୪୦୦ରୁ ଅଧିକ ପଦବୀ ଖାଲି ପଡିଛି। ଏଠାରେ ରେଜିଷ୍ଟ୍ରାର, ଡେମୋନେଷ୍ଟ୍ରେଟର, ରେସିଡେଣ୍ଟ ଫିଜିସିଆନ ପଦବୀରେ ନିଯୁକ୍ତି କରାଯାଉଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ୫ ଡିସେମ୍ବର ଭିତରେ ଅଫିସିଆଲ୍‌ ୱେବସାଇଟ୍‌ nhm.assam.gov.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ:

ରେଜିଷ୍ଟ୍ରାର/ଡେମୋନଷ୍ଟ୍ରେଟର/ରେସିଡେଣ୍ଟ ଫିଜିସିଆନ: ୪୧୫

ଦରମା: ୫୭,୭୦୦ ରୁ ୧,୮୨,୪୦୦ ଟଙ୍କା ପର୍ଯ୍ଯନ୍ତ

ଯୋଗ୍ଯତା: ଏହି ପଦବୀରେ ନିଯୁକ୍ତି ପାଇଁ କୌଣସି ମାନ୍ଯତାପ୍ରାପ୍ତ ୟୁନିଭରସିଟି କିମ୍ବା ଇନଷ୍ଟିଚ୍ଯୁଟରୁ ପୋଷ୍ଟ ଗ୍ରାଜୁଏସନ (MS/MS/MDS/DNB) କରିଥିବା ଆବଶ୍ଯକ।

job

ବୟସ ସୀମା: NHM Assam Registrar Recruitment 2020  ପାଇଁ ବୟସ ୨୧ରୁ ୩୮ ବର୍ଷ ହୋଇଥିବା ଆବଶ୍ଯକ।

ଆବେଦନ ଶୁଳ୍କ:

ସାମାନ୍ଯ ବର୍ଗ ପାଇଁ ୨୫୦ ଟଙ୍କା ରହିଥିବା ବେଳେ ଓବିସି/MOBS/SC/ST(P)/ST(H) ପ୍ରାର୍ଥୀଙ୍କୁ ୧୫୦ ଟଙ୍କା ଶୁଳ୍କ ଦେବାକୁ ହେବ।

ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ଯୁ ମାଧ୍ୟମରେ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://nhm.assam.gov.in/

http://118.185.73.228/web/jobs/Job_2643_2998_AdvertisementRegistrarDemonstratorEtc.pdf

http://118.185.73.228/ora_mhrb/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.