Below header

ନ୍ୟୁଜିଲାଣ୍ଡ ପୋଲିସ୍‌ କଲେ ଏମିତି ଡ୍ୟାନ୍ସ, ଯାହାକୁ ଦେଖି ଫ୍ୟାନ୍‌ ହେଲେ ଭାରତୀୟ

ଛଠ୍ ପୂଜା ସହିତ ଫେଷ୍ଟିଭାଲ ସିଜନ ମଧ୍ୟ ଶେଷ ହୋଇଛି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଲୋକେ ଦୀପାବଳି ସେଲିବ୍ରେସନକୁ ନିଶ୍ଚୟ ମିସ୍ କରୁଛନ୍ତି। ନ୍ୟୁଜିଲାଣ୍ଡର ଏକ ଦୃଶ୍ୟ ଏବେ ପୂରା ସୋସିଆଲ ମିଡିଆରେ ଛାଇହୋଇ ରହିଛି। ଯାହାକୁ ଦେଖିବା ପରେ ଆପଣ ବି ତାଙ୍କର ଫ୍ୟାନ୍ ହୋଇଯିବେ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ପୋଲିସ ଅଫିସର୍ସ ପୋଷାକରେ ଥାଇ ବଲିଉଡ୍‌ ସଂଗୀତ‘କାଲା ଚଷମା’ ଏବଂ ‘କର ଗେଇ ଚୁଲ’ ଗୀତରେ ଧମାକାଦାର ଡ୍ୟାନ୍ସ କରୁଛନ୍ତି। ତେବେ ଏମାନଙ୍କର ଏତେ ସୁନ୍ଦର ଡ୍ୟାନ୍ସ ଦେଖି ଭାରତୀୟ ସେମାନଙ୍କର ଏକଦମ୍ ଦିଓ୍ଵାନା ହୋଇଯାଇଛନ୍ତି।
ଏହି ଭିଡିଓକୁ ଫେସବୁକରେ ସେୟାର କରାଯାଇଛି। ଆଉ ଭିଡିଓ ପୋଷ୍ଟ କରାଯାଇ କ୍ୟାପସନରେ ଲେଖା ହୋଇଛି, ‘ନ୍ୟୁଜିଲାଣ୍ଡ ପୋଲିସ କଲେଜରେ ଦୀପାବଳି ସେଲିବ୍ରେସନ। ଆପଣଙ୍କୁ ସ୍ୱାଗତ କରୁଛୁ, ଧନ୍ୟବାଦ।’

ତେବେ ଏହି ଜବରଦସ୍ତ ଭିଡିଓଟି ପୋଷ୍ଟ ହେବାର ମାତ୍ର କିଛି ସମୟ ଭିତରେ ଭାଇରାଲ୍‌ ହୋଇଯାଇଛି । ଏହାକୁ ବହୁତ ଲୋକ ସେୟାର କରିବା ସହିତ ବହୁତ ମାତ୍ରାରେ ଲାଇକ୍‌ ବି କରୁଛନ୍ତି। ସେହିପରି ଶହଶହ ଲୋକ ଏହି ଭିଡିଓକୁ ଦେଖି ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଆଉ କିଛି ଲୋକ ତ ଭିଡିଓକୁ ବାରମ୍ବାର ଦେଖୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.