କାର-ବାଇକ୍ ଚାଳକଙ୍କ ପାଇଁ ବଡ ଖବର ! ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ଠାରୁ ନେଇ ଏହି ସବୁ ନିୟମର ହେଲା ପରିବର୍ତ୍ତନ

ଲୋକସଭାରେ ମୋଟର ବାହନ ବିଲ-୨୦୧୯କୁ ମଞ୍ଜୁରୀ ଦିଆଯାଇଛି। ଏହି ବିଲରେ ସଡକ ସୁରକ୍ଷାକୁ ନେଇ ବହୁତ ଖାସ୍‌ ପ୍ରାବନ୍ଧନ କରାଯାଇଛି। ଅନେକ ମାମଲାରେ ଡ୍ରାଇଭିଂ ସମୟରେ ଛୋଟ ଭୁଲରେ ମଧ୍ୟ ଭାରୀ ଜରିମାନା ଲାଗିବ। ତାହା କୌଣସି ଓଭରସ୍ପିଡ୍‌ ଡ୍ରାଇଭିଂ ହେଉ କିମ୍ବା ବିନା ହେଲମେ ବା ବିନା ବେଲ୍ଟ କିମ୍ବା କୌଣସି ନିସାଶକ୍ତ ଅବସ୍ଥାରେ ଗାଡି ଚଲାଇଲେ ଜରିମାନାର ଶୁଳ୍କ କେତେ ଗୁଣା ପର୍ଯ୍ୟନ୍ତ ବଢ଼ାଯାଇପାରିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏବେର କାନୁନରେ କ୍ଷତିପୂରଣନିଷ୍ପତି ଆକ୍ସିଡେଣ୍ଟ କ୍ଲେମ୍‌ ଟ୍ରିବକୁନାଲ କରିଥାଏ, ଯେଉଁଥିରେ ମୃତକ ଏବଂ ଆହତଙ୍କ ପାଇଁ ତାଙ୍କ ବୟସ, ରୋଜଗାର, ଆଶ୍ରୀତ ଅନୁଯାୟୀ ହଜାରେର ପ୍ରାବନ୍ଧନ ଅଛି ଯାହା ହଜାରେ ଟଙ୍କାରୁ ନେଇ ଲକ୍ଷ ଏବଂ କୋଟିରେ ମଧ୍ୟ ହୋଇପାରେ। କିନ୍ତୁ ମୃତ୍ୟୁର ସ୍ଥିତିରେ କ୍ଷତିପୂରଣ ରାଶି ଅଧିକତମ ୫ ଲକ୍ଷ ଏବଂ ଆହତଙ୍କୁ ଅଢ଼େଇ ଲକ୍ଷ ଟଙ୍କା ରାଶି ଦିଆଯାଉଛି।

ମୋଟର ଭେଇକିଲ ଆକ୍ଟର ନିୟମ

-ଯଦି ଆପଣ ଏବେ ବିନା ଇନସୁରାନ୍ସରେ ଗାଡି ଚଳାଉଥିବାବେଳେ ଧରାପଡିଯାନ୍ତି ତେବେ ଧାରା –୧୯୬ ଦ୍ୱାରା ୨୦୦୦ ଟଙ୍କାର ଚାଲାଣ ହେବ। କିନ୍ତୁ ଏହା ପୂର୍ବରୁ ୧୦୦୦ ଟଙ୍କାର ଜରିମାନା ଲାଗୁଥିଲା।

-ହିଟ ଆଣ୍ଡ ରନ୍‌ ମାମଲାରେ ସରକାର ୨ ଲକ୍ଷ ଟଙ୍କା କିମ୍ବା ତାହା ଠାରୁ ଅଧିକ ଜରିମାନା ମ୍ରୁତକଙ୍କ ପରିବାରକୁ ଦିଆଯିବ। ଏବେ ପଯ୍ୟର୍ନ୍ତ ଏହି ରାଶି ୨୫ ହଜାର ଟଙ୍କା ଥିଲା।

trafic-କାର ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବାବେଳେ ଧରାପଡିଲେ ୧୦୦୦ ଟଙ୍କା ଜରିମାନା ଲାଗୁଥିଲା କିନ୍ତୁ ଏବେ ଏହା ବ୍ରୁଦ୍ଧି ହୋଇ ୫୦୦୦ ଟଙ୍କା କରିଦିଆଯାଇଛି।

-ବିନା ହେଲମେଟ କାର ଏବଂ ବାଇକ୍‌ ଚଲାଇବା ଦ୍ୱାରା ୧୦୦୦ ଟଙ୍କାର ଜରିମାନା ଏବଂ ତିନି ମାସ ପାଇଁ ଲାଇସେନ୍ସ ଜବତ କରିବାର ପ୍ରାବନ୍ଧନ ରହିଛି। ଅବଶ୍ୟ ଏହି ଜରିମାନା ୧୦୦ ଟଙ୍କା ରହିଛି।

ଏହା ସହ ପଢ଼ନ୍ତୁ : କିଷାନ୍‌ ବିକାଶ ପତ୍ର : ଏବେ ଏତିକି ଦିନରେ ଦୁଇଗୁଣା ହେବ ଆପଣଙ୍କ ଟଙ୍କା !

-ସାଧାରଣ ଧାରା-୧୭୭ ଏବଂ ନୂଆ ଧାରା-୧୭୭-ଏ ଦ୍ବାରା ଟ୍ରାଫିକ୍ ନିୟମ ଭାଙ୍ଗିବାରେ ପୂର୍ବରୁ ୧୦୦ ଟଙ୍କା ଜରିମାନା ଲାଗୁଥିଲା। ଏବେ ୫୦୦ ଟଙ୍କା ଜରିମାନା ଲାଗିବ।

-ବିନା ଟିକେଟରେ ବସରେ ଯାତ୍ରା କରିବା ଦ୍ବାରା ଧାରା-୧୭୭ ଦ୍ବାରା ବିନା ଟିକେଟରେ ଯାତ୍ରା କରିବାରେ ୨୦୦ ଟଙ୍କା ଜରିମାନା ଲାଗୁଥିଲା ଯାହାକୁ ଏବେ ୫୦୦ ଟଙ୍କା କରିଦିଆଯାଇଛି।

-ଟ୍ରାଫିକ୍ ବିଭାଗ ସମ୍ବଦ୍ଧିତ ଅଧିକାରୀଙ୍କ ଆଦେଶକୁ ନମାନିବା ଦ୍ବାରା ପୂର୍ବରୁ ୫୦୦ ଟଙ୍କା ଜରିମାନା ଲାଗୁଥିଲା ଯାହା ଏବେ ୨୦୦୦ ଟଙ୍କା ହୋଇଯାଇଛି।

-ବିନା ଲାଇସେନ୍ସରେ ବାଇକ୍ ଚଲାଇବା ଦ୍ବାରା ଧାରା-୧୮୦ରେ ୧୦୦୦ ଟଙ୍କା ଜରିମାନା ଲାଗୁଥିଲା ଯାହା ଏବେ ୫୦୦୦ ଟଙ୍କା ଲାଗିବ।

-ବିନା ଯୋଗ୍ୟତାରେ ଗାଡି ଚଳାଇବା ଦ୍ବାରା ଧାରା-୧୮୨ରେ ପୂର୍ବରୁ ୫୦୦ ଟଙ୍କା ଜରିମାନା ଲାଗୁଥିଲା ଯାହାକୁ ଏବେ ବ୍ରୁଦ୍ଧି କରାଯାଇ ୧୦ ହଜାର ଟଙ୍କା କରିଦିଆଯାଇଛି।