NALCO ରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ପାଇଁ କରନ୍ତୁ ଆବେଦନ; ମାସକୁ ଦରମା ୨,୬୦,୦୦୦ ଟଙ୍କା

ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ଆଲୁମିନିୟମ କମ୍ପାନୀ (NALCO) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ନାଲକୋରେ ବମ୍ପର ନିଯୁକ୍ତି। ଏହି ଭର୍ତ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପୂରଣ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ୧୧ ନେଭମ୍ବରରୁ ଆରମ୍ଭ ହୋଇଗଲାଣି। ଇଚ୍ଛୁକ ପ୍ରାର୍ଥୀ ନାଲକୋର ଅଫିସିଆଲ ୱେବସାଇଟ୍ nalcoindia.com କୁ ଯାଇ ଆବେଦନ କରିପାରିବେ।
ପଦବୀ ବିବରଣୀ : ୩୯
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୦ ଡିସେମ୍ବର ୨୦୨୨ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ପଦବୀରେ ଆବେଦନ କରିବା ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ଏହି ପଦବୀରେ ଆବେଦନ କରିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍ କରି ସମ୍ବନ୍ଧିତ ଯୋଗ୍ୟତା ଜାଣିପାରିବେ। ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୧୪ ବର୍ଷ, ଡେପୁଟି ମ୍ୟାନେଜର ପଦବୀ ପାଇଁ ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ।
ବୟସ ସୀମା : ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ପଦବୀ ପାଇଁ ସର୍ବନିମ୍ବ ୩୫ ବର୍ଷ ଏବଂ ସର୍ବାଧିକ ୪୫ ବର୍ଷ ହେବା ଜରୁରୀ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।
ଦରମା : ଡେପୁଟି ମ୍ୟାନେଜର ପଦ ପାଇଁ ୭୦ ହଜାରରୁ ୨ ଲକ୍ଷ ଟଙ୍କା ଏବଂ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପଦ ପାଇଁ ୧ ଲକ୍ଷରୁ ୨,୬୦,୦୦୦ ହଜାର ଟଙ୍କା ଦରମା ମିଳିବ।
କେମିତି କରିବେ ଆବେଦନ :
ପ୍ରଥମେ ନାଲକୋର ଅଫିସିଆଲ ୱେବସାଇଟ୍ nalcoindia.com କୁ ଯାଆନ୍ତୁ।
ଏହା ପରେ ହୋମପେଜରେ Menu Icon ରେ କ୍ଲିକ୍ କରନ୍ତୁ।
ତା’ ପରେ ଏଠାରେ ଦିଆଯାଇଥିବାCareer କୁ କ୍ଲିକ କରନ୍ତୁ।
ଏହାପରେ କ୍ୟାରଅର ପେଜରେ କରେଣ୍ଟି ଓପିନିଂ ଚୟନ କରନ୍ତୁ।
ଏହାପର ପେଜର ଜବ୍ ନୋଟିଫିକେସନ ଉପରେ ସର୍ତ୍ତ କରି ସିଲେକ୍ଟ କରନ୍ତୁ।
କ୍ୟାରିଅର ପେଜରେ ‘ApplyNow’ ଉପରେ କ୍ଲିକ୍ କରନ୍ତୁ ।
ପୋର୍ଟାଲକୁ ଯାଇ ନିଜର ଆକାଉଣ୍ଟ ଲଗଇନ କରନ୍ତୁ।
ସମସ୍ତ ଜରୁରୀ ବିବରଣୀ ଭରିବା ପରେ ଅନଲାଇନରେ ଆବେଦନ କରନ୍ତୁ।
ଚେକ୍ କରିବା ପରେ ସବୁକିଛି ସବମିଟ୍ କରନ୍ତୁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :