Below header

ଆସନ୍ତାକାଲି ବନ୍ଦ ରହିବ ବ୍ଯାଙ୍କ, ଆଜି ହିଁ କରିନିଅନ୍ତୁ ଜରୁରୀ କାମ

ଯଦି ଆପଣଙ୍କର କୌଣସି ଜରୁରୀ ବ୍ଯାଙ୍କ କାମ ରହିଛି, ତେବେ ଆଜି ଅର୍ଥାତ୍ ୨୫ ନଭେମ୍ବରରେ ସାରିଦିଅନ୍ତୁ, ନଚେତ ହଇରାଣ ହୋଇପାରନ୍ତି। କାରଣ ଆସନ୍ତାକାଲି ୨୬ ନଭେମ୍ବରକୁ ବ୍ଯାଙ୍କ ବନ୍ଦ ରହିବ। ଏଥିପାଇଁ ଅଧିକାଂଶ ବ୍ଯାଙ୍କ ନିଜର ଗ୍ରାହକଙ୍କୁ ସୋସିଆଲ ମିଡିଆ ଜରିଆରେ ଆଲର୍ଟ ମେସେଜ ଜାରି କରିଛି।

ସୂଚନାଯୋଗ୍ଯ, କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ୨୬ ନଭେମ୍ବରକୁ ରାଷ୍ଟ୍ରବ୍ଯାପୀ ଆନ୍ଦୋଳନ ହେବ। ଏହି ଆନ୍ଦୋଳନ ଅଖିଳ ଭାରତୀୟ ବ୍ଯାଙ୍କ କର୍ମଚାରୀ ସଂଘ(ଏଆଇବିଇସି) ସାମିଲ ହେବ ବୋଲି ମଧ୍ୟ ଘୋଷଣା କରିଛି। ଏହି ଆନ୍ଦୋଳନରେ ୩୦ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ସାମିଲ ହୋଇପାରନ୍ତି ବୋଲି ଅଖିଳ ଭାରତୀୟ ବ୍ଯାଙ୍କ କର୍ମଚାରୀ ସଂଘ ଜଣାଇଛି। ଅଖିଳ ଭାରତୀୟ ବ୍ଯାଙ୍କ କର୍ମଚାରୀ ସଂଘ ଭାରତୀୟ ଷ୍ଟେଟ ବ୍ଯାଙ୍କ ଏବଂ ଇଣ୍ଡିଆନ୍ ଓଭରସିଜ ବ୍ଯାଙ୍କୁ ଛାଡି ଅଧିକାଂଶ ବ୍ଯାଙ୍କକୁ ପ୍ରତିନିଧିତ୍ବ କରିଥାଏ।

bank

ନିକଟରେ ଲୋକସଭାରେ ତିନିଟି ନୂଆ ଶ୍ରମ ଆଇନକୁ ପାରିତ କରାଯାଇଥିଲା। ଏହି ଆଇନ କର୍ପୋରେଟ୍ ଇଣ୍ଟଷ୍ଟ୍ରୀ ହିତରେ ରହିଛି। ଏହି ପ୍ରକ୍ରିୟାରେ ୭୫ ପ୍ରତିଶତ ଶ୍ରମିକଙ୍କୁ ଶ୍ରମ ଆଇନରୁ ବାହାର ହେଉଛନ୍ତି। ନୂଆ ଆଇନରେ ଏହି ଶ୍ରମିକଙ୍କୁ କୌଣସି ପ୍ରକାର ସଂରକ୍ଷଣ ମିଳିବ ନାହିଁ। କିନ୍ତୁ ୨୬ ନଭେମ୍ବର ଆନ୍ଦୋଳନରେ ବ୍ଯାଙ୍କର ଡିଜିଟାଲ ଦେଣନେଣ ଉପରେ କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ। ଅର୍ଥାତ୍ ଆପଣ ନେଟ୍ ବ୍ଯାଙ୍କିଂ କିମ୍ବା ମୋବାଇଲ ବ୍ଯାଙ୍କିଂ ଜରିଆରେ ଟ୍ରାଞ୍ଜାକସନ କରିପାରିବେ କିମ୍ବା ଏଟିଏମ୍ରୁ ପଇସା ବାହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.