ଭିଜିଲାନ୍ସ ଜାଲରେ IFS ଅଫିସର, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ IFS ଅଫିସର । ବନୀକରଣ ଆଡିସନାଲ ପିସିସିଏଫ ଅଭୟ କାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଏକକାଳୀନ ୧୨ଟି ସ୍ଥାନରେ ଚଢଉ ହୋଇଛି । ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ରେଡ୍‌ ହୋଇଛି । ଅନ୍ୟ ରାଜ୍ୟରେ ୭ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ ‌ । ଏହାସହ ମୁମ୍ବାଇ, ପୁନେ ଓ ବିହାରେ ମଧ୍ୟ ଭିଜିଲାନ୍ସ ରେଡ କରିଛି ।

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ହୋଇଛି । ୧୯୮୭ ବ୍ୟାଚର ଆଇଏଫଏସ ଅଫିସର ହେଉଛନ୍ତି ଅଭୟ ପାଠକ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ଵାରେଣ୍ଟ ବଳରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ଟିମର ବଛା ବଛା ଅଧିକାରୀ ଏହି ରେଡ୍‌ରେ ସାମିଲ ହୋଇଛନ୍ତି । ଲଡାଉନ ସମୟରେ ବିଭିନ୍ନ ସ୍ଥାନକୁ ଚାର୍ଟାଡ ଫ୍ଲାଇଟରେ ଯାଇଥିଲେ ଅଭୟକାନ୍ତ । ଭୁବନେଶ୍ୱରରୁ ଚାର୍ଟାଡ ଫ୍ଲାଇଟ୍‌ରେ ମହାରାଷ୍ଟ୍ର ଓ ବିହାର ଯାଇଥିଲେ । ଜାତୀୟ ସଂସ୍ଥାର ସୂଚନାକ୍ରମେ ଭିଜିଲାନ୍ସ ଚଢ଼ାଉ ହୋଇଛି ।

ଚାର୍ଟାଡ ଫ୍ଲାଇଟରେ ଗଲେ ୧୫ରୁ ୨୫ ଲକ୍ଷ ଟଙ୍କା ଦେବାକୁ ପଡିଥାଏ । ଅଭୟକାନ୍ତଙ୍କ ସହ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଲକଡାଉନ୍‌ ସମୟରେ ଚାର୍ଟାଡ ଫ୍ଲାଇଟରେ ବାହାର ରାଜ୍ୟକୁ ଯାଇଥିଲେ । ପୁଣେ ଭୂଗାଓଁ ହିଲା ଟାଉନ ଅଞ୍ଚଳରେ ଫାର୍ମ ହାଉସ ଓ କୋରେଗାଓଁ ପାର୍କ ଅଞ୍ଚଳରେ ଫ୍ଲାଟ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଠାବ ହୋଇଛି, ସେନେଇ ଆକଳନ କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.