ଇମ୍ରାନ ସରକାରଙ୍କ ନିଷ୍ଠୁର ନିଷ୍ପତ୍ତି, ସାଉଦି ଆରବ ଓ ୟୁଏଇକୁ ଖୁସି କରିବା ପାଇଁ ନିରୀହ ବିରଳ ପକ୍ଷୀଙ୍କୁ ଦେଉଛନ୍ତି ବଳିଦାନ

ୟୁଏଇର ଉପରାଷ୍ଟ୍ରପତି ତଥା ଦୁବାଇର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ ମକ୍ତୁମଙ୍କୁ 150 ବିରଳ ଛଞ୍ଚାଣ ବା ଇଗଲ ରପ୍ତାନି କରିବାକୁ ପାକିସ୍ତାନର ଇମ୍ରାନ ଖାନ ସରକାର ଅନୁମତି ଦେଇଛନ୍ତି । ସମଗ୍ର ବିଶ୍ୱରେ ଜୀବ ବିଶେଷଜ୍ଞମାନେ ଏହାକୁ ଏକ ନିଷ୍ଠୁର ନିଷ୍ପତ୍ତି ବୋଲି କହିଛନ୍ତି । ତେବେ ଏହା ପଛରେ ଏକ କାରଣ ମଧ୍ୟ ରହିଛି । ବାସ୍ତବରେ ୟୁଏଇର ଶାସକ ଛଞ୍ଚାଣ ମାଧ୍ୟମରେ ବିରଳ ହୁବାରା ପକ୍ଷୀ ଶିକାର କରନ୍ତି କାରଣ ହୁବାରା ପକ୍ଷୀର ମାଂସ ଅତ୍ୟନ୍ତ ଶକ୍ତିବର୍ଦ୍ଧକ ବୋଲି ବିବେଚନା କରାଯାଏ।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଉଭୟ ସାଉଦି ଆରବ ଏବଂ ୟୁଏଇ ପାକିସ୍ତାନର ବେକକୁ ଧରିବା ଆରମ୍ଭ କରିଦେଇଛନ୍ତି ଏବଂ ଦୁବାଇର ଶାସକଙ୍କ ଆୟାଶୀ ପାଇଁ ଇମ୍ରାନ ସରକାର ତାଙ୍କୁ ଛଞ୍ଚାଣ ପଠାଇବାକୁ ଯାଉଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ସରକାର ପାକିସ୍ତାନରୁ ୟୁଏଇକୁ 150 ଟି ଛଞ୍ଚାଣ’ ରପ୍ତାନି କରିବାକୁ ସ୍ୱତନ୍ତ୍ର ଅନୁମତି ଦେଇଛନ୍ତି । ସୂଚନାନୁସାରେ, ଏହି ଅନୁମତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିଲା ଏବଂ ଏହାକୁ ୟୁଏଇ ଦୂତାବାସକୁ ପଠାଯାଇଛି ।

Photographer found innocent of tampering with baby bald eagles - Chicago  Sun-Times

ସୂଚନା ଅନୁଯାୟୀ ଏହି ବିରଳ ଛଞ୍ଚାଣମାନଙ୍କ ସାହାଯ୍ୟରେ ଆରବ ଦେଶର ଶିକାରୀମାନେ ହୁବାରା ପକ୍ଷୀମାନଙ୍କୁ ଶିକାର କରନ୍ତି । ମିଳିଥିବା ଖବର ଅନୁଯାୟୀ ୟୁଏଇ ପାକିସ୍ତାନକୁ ଭିସା ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ସାଉଦି ଆରବ ପାକିସ୍ତାନକୁ ନିଜର 2 ଆରବ ଡଲାର ଫେରାଇବାକୁ କହିଥିଲା ଆଉ ଏହି ସମୟରେ ଇମ୍ରାନ ସରକାର ଏଭଳି ଅନୁମତି ଦେଇଛନ୍ତି । ୟୁଏଇରେ ବହୁ ସଂଖ୍ୟକ ପାକିସ୍ତାନୀ ନାଗରିକ ବାସ କରନ୍ତି ଏବଂ ଟଙ୍କା ପଠାନ୍ତି । ଛଞ୍ଚାଣ ପକ୍ଷୀ ଏକ ସଂରକ୍ଷିତ ପ୍ରାଣୀ ଏବଂ ଏହାର ରପ୍ତାନି ନିଷେଧ, କିନ୍ତୁ ପାକିସ୍ତାନର ଇମ୍ରାନ ସରକାର ବର୍ତ୍ତମାନ ଦେଶର ବୁଡ଼ି ଯାଉଥିବା ଡ଼ଙ୍ଗାକୁ ପାର କରିବା ପାଇଁ ଏହି ନିରୀହ ପ୍ରାଣୀମାନଙ୍କୁ ବଳିଦାନ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.