ଆରମ୍ଭ ହେଲା 2022 Maruti Brezzaର ପ୍ରିବୁକିଂ, ଟିଜର ସହ ସନରୁଫର ହୋଇଛି ଖୁଲାସା, ଜାଣନ୍ତୁ କ’ଣ ରହିଛି ଖାସ୍‌

ଆସିବ ମାରୁତି ବ୍ରେଜା ୨୦୨୨। ମାରୁତି ବ୍ରେଜାର ନୂଆ ଭର୍ସନ ଏବେ ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି । ମାରୁତି ବ୍ରେଜା ସବକମ୍ପାକ୍ଟ ଏସୟୁଭି ସମ୍ପର୍କରେ ଏହାର ଅଫିିସିଆଲ େଓ୍ଵବସାଇଟରେ ସୂଚନା ଦିଆଯାଇଛି । ଏନେଇ ବୁକିଂ ପ୍ରକ୍ରିୟା ମଧ୍ୟ ସାରା ଦେଶରେ ଆରମ୍ଭ ହୋଇଯାଇଛି। ତେଣୁ ଇଚ୍ଛୁକ ଗ୍ରାହକ ଏହାକୁ ଏବେ ସୋରୁମ କିମ୍ବା କମ୍ପାନୀର ଅଧିକାରିକ େଓ୍ଵବସାଇଟ ଯାଇ ଏହାକୁ ବୁକ କରାଇପାରିବେ।

କମ୍ପାନୀର ଅଫିସିଆଲ େଓ୍ଵବସାଇଟରୁ ଯଦି ଅନଲାଇନ ମାଧ୍ୟମରେ ଆପଣ ବୁକିଂ କରୁଛନ୍ତି ତେବେ ଗାଡ଼ି ପାଇଁ ଆପଣଙ୍କୁ ୧୧ ହଜାର ଟଙ୍କା ଦେବାକ ୁ ହେବ। ପ୍ରାରମ୍ଭିକ ଦାମ ଏତିିକି ଭୁଗତାନ କରିବା ପରେ ମଡେଲକୁ ପ୍ରିବୁକି ଂ କରିପାରିବେ। ତେବେ କମ୍ପାନୀ ୨୦୨୨ ମାରୁତି ବ୍ରେଜାର ପ୍ରଥମ ଟିଜର ମଧ୍ୟ ରିଲିଜ କରିଛି। ଯାହା ସମସ୍ତ୍ଙ୍କୁ ପସନ୍ଦ ଆସିଛି ବୋଲି ଶୁଣିବାକୁ ମିଳିଛି। ଟିଜରରୁ ଜଣାପଡ଼ିଛି ଯେ ଏସୟୁଭିରେ ଇଲେକଟ୍ରିକ ସନରୁଫ ରହିଛି।

ନୂଆ ମାରୁତି ବ୍ରେଜା ୨୦୨୨ ରେ ଅପଡେଟେଡ ଅର୍ଟିଗା ର ହାଇବ୍ରିଡ କେ-ସିରିଜ ଇଞ୍ଜିନ ମିଳିବ। ଏହାସହ 1.5L, 4 ସିଲିଣ୍ଡର K15C ଦୁଆଲଜେଟ ପେଟ୍ରୋଲ ଇଞ୍ଜିନ ରହିଛି। ଯାହା 103bhp ପାଓ୍ଵାର ସହ 136.8nm ର ଟାର୍କ ଜେନେରେଟ କରିଥାଏ। ସବକମ୍ପାକ୍ଟ ଏସୟୁଭିରେ ସିଏନଜି କିଟ ବିକଳ୍ପ ମଧ୍ୟ ରହିଛି । ଏହାସହ ଟ୍ରାନ୍ସମିଶନ ଅପସନ ମଧ୍ୟ ଦିଆଯାଇଛି । ଏଥିରେ 5 ସ୍ପିଡ ମାନୁଆଲ ଓ ପେଡାଲ ସିଫ୍ଟର୍ସ ସହ ନୂଆ 6 ସ୍ପିଡ ଟାର୍କ କନଭର୍ଟର ଅଟୋମେଟିକ ଟ୍ରାନ୍ସମିଶନ ମଧ୍ୟ ଆଡ୍‌ କରାଯାଇଛି।

ନୂଆ ମାୁରତି ବ୍ରେଜା ୨୦୨୨ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଭଲ ରହିଛି। ସବ କମ୍ପାକ୍ଟ ଏସୟୁଭିରେ ୬ଟି ଏୟାରବ୍ୟାଗ ଓ ଇଲେକଟ୍ରୋନିକ ଷ୍ଟାବିଲିଟି ପ୍ରୋଗ୍ରାମ ଇଏସପି ମିଳୁଛି। ଏବେ ଏଥିରେ ହିଲ ହୋଲ୍ଡ ସପୋର୍ଟ ଓ ଟାୟାର ପ୍ରେସର ମନିଟରିଂ ସିଷ୍ଟମ ଦିଆଯାଇଛି। ତେବେ କମ୍ପାନୀ ଏବେ ପର୍ଯ୍ୟନ୍ତ ଏହାର ଫିଚର୍ସ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ। କିନ୍ତୁୁ ରିପୋର୍ଟ ମୁତାବିକ ନୂଆ ବ୍ରେଜା ଅପଡେଟେଡ ଟଚ ସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ରୁ ଲେସ୍‌ ହେବାର ସମ୍ଭାବନା ରହିଛି।

ଏଥିରେ ୩୬୦ ଡିଗ୍ରୀର କ୍ୟାମେରା, ହେଡ ଅପ୍‌ ଡିସପ୍ଲେ, ଟ୍ପିନ ଡାୟଲ ଇନଷ୍ଟମେଣ୍ଟ କ୍ଲଷ୍ଟର, ରିୟର ଏସି ବେଣ୍ଟ , ନ୍ୟୁ ଜେନ ଟେଲିମେଟିକ୍ସ ସହ ବହୁତ କିଛି ରହିଛି। ଏହାବ୍ୟତିତ ଏଥିରେ ଏକ୍ସଟିରିଅର ରେ ବଡ଼ ପରିବର୍ତ୍ତନ କରାଯିବ। ଏହା ବ୍ୟତିତ ନୂଆ ମାରୁୁତି ବ୍ରେଜାର ଦାମ ଗତ ବର୍ଷ ମଡେଲରୁ ପାଖାପଖି ୪୦ ହଜାରରୁ ୫୦ ହାଜରଟଙ୍କା ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ।