ଆଇବିପିଏସ୍ ପକ୍ଷରୁ ଅଫିସ ଆସିଷ୍ଟାଣ୍ଟ ପଦବୀ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆଇବିପିଏସ୍ର ଅଫିସିଆଲ ସାଇଟ୍ibps.inକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ ଜୁନ ୭ ତାରିଖରୁ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ନିଯୁକ୍ତି ୮୧୦୬ ପଦବୀରେ ହେବ।
ପଦବୀ ବିବରଣୀ: ୮୧୦୬
ଅଫିସ ଆସିଷ୍ଟାଣ୍ଟ : ୪୪୮୩
ଅଫିସର ସ୍କେଲ : ୨୬୭୬
ଜରୁରୀ ତାରିଖ: ଏହି ପଦବୀରେ ଆବେଦନ କରିବାର ତାରିଖ ୭ ଜୁନ୍ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୭, ୨୦୨୨ ରହିଛି।
ପରୀକ୍ଷା ପୂର୍ବରୁ ୧୮ ଜୁଲାଇରୁ ୨୩ ଜୁଲାଇ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ। ପ୍ରିଲିମ୍ସ ପରୀକ୍ଷା ଅଗଷ୍ଟରେ ହେମାର ସମ୍ଭାବନା ରହିଥିବା ବେଳେ ମେନ୍ ପରୀକ୍ଷା ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ହେବ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ କରିଥିବା ଜରୁରୀ। ଏହାଛଡା ସ୍ଥାନୀୟ ଭାଷା ଜାଣିଥିବା ମଧ୍ୟ ଜରୁରୀ। ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ନିଶ୍ଚିତ ଭାବେ ଚେକ୍ କରିବା ଜରୁରୀ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀ ୧୭୫ ଟଙ୍କା ଦେବାକୁ ହେବ। ସେହିପରି ଅନ୍ୟ ସମସ୍ତ ପ୍ରାର୍ଥୀ ୮୫୦ ଟଙ୍କା ଦେବାକୁ ପଡିବ।
ବୟସସୀମା : ଅଫିସ ଆସିଷ୍ଟାଣ୍ଟ ପାଇଁ ୧୮ରୁ ୨୮ ବର୍ଷ ରହିଥିବା ବେଳେ ଅଫିସିର ସ୍କେଲ ପାଇଁ ୧୮ ରୁ ୪୦ ବର୍ଷ ନିର୍ଦ୍ଧାରିତ କରାଯାଇଛି। ବିଭିନ୍ନ ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://ibpsonline.ibps.in/rrbxioamay22/
https://www.ibps.in/wp-content/uploads/RRB_XI_ADVT.pdf