Below header

ଖୁବ୍ ଶୀଘ୍ର ମାର୍କେଟରେ ଲଞ୍ଚ୍ କରିବ 48 ମେଗାପିକ୍ସସେଲ୍ ସହିତ OPPO F11 Pro

ଆଜିକାଲି ଦୁନିଆରେ ନିଜକୁ ଅପଡେଟ୍ ରଖିବା ପାଇଁ ସ୍ମାର୍ଟଫୋନ୍ ଏକ ବଡ ମାଧ୍ୟମ ସାଜିଛି । ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଏକ ଭଲ ସ୍ମାର୍ଟଫୋନର ଆବଶ୍ୟକତା ବଢିବାରେ ଲାଗିଛି । ଏମିତିରେ ଜଣେ ସାଧାରଣ ମଣିଷ ସ୍ମାର୍ଟଫୋନ୍ କିଣିବା ସମୟରେ କ୍ୟାମେରାକୁ ଆଗ ପ୍ରାଥମିକତା ଦେଉଛନ୍ତି । କିଛି ଲୋକ ତ କେବଳ ଫଟୋଗ୍ରାଫି ପାଇଁ ହିଁ ଫେଶନ୍ କିଣିଛନ୍ତି । ଲୋକମାନଙ୍କ ମଧ୍ୟରେ ବଢୁଥିବା କ୍ୟାମେରା କ୍ରେଜ୍କୁ ଆଖିରେ ରଖି OPPO 48 ମେଗାପିକ୍ସସେଲ୍ ରିୟର କ୍ୟାମେରା ସହିତ ମାର୍କେଟକୁ ଓହ୍ଲାଉଛି । ଯାହା OPPO ର ଇତିହାସ ରେ ପ୍ରଥମ । ଏହି ଫୋନର ସବୁଠାରୁ ବଡ ଖାସିୟତ୍ ହେଉଛି ଏହାର ଅଲ୍ଟ୍ରା ନାଇଟ୍ ମୋଡ୍ ଅର୍ଥାତ୍ କମ୍ ଲାଇଟ୍ ରେ ଆପଣ ବହୁତ ଭଲ ଫଟୋଗ୍ରାଫି କରିପାରିବେ । ଏହି ଫୋନ୍ ହେଉଛି OPPO F11 Pro ।

oppo1ତେବେ ସ୍ମାର୍ଟଫୋନର ବ୍ଯବହାର କରୁଥିବା ୟୁଜର୍ସଙ୍କ ସମ୍ମୁଖରେ ସବୁଠୁ ବଡ ଅସୁବିଧା ହୋଇଥାଏ କମ୍ ଲାଇଟରେ ଭଲ କ୍ଳାରିଟି ସହିତ ଫଟୋ ଆସିବା, କିନ୍ତୁ OPPO ର ଏହି ସ୍ମାର୍ଟଫୋନ୍ ନିଜର ଲାଇଟ୍ ସେନସିଙ୍ଗ୍ କ୍ଷମତା ଦ୍ବାରା ଆର୍ଟିଫିଆଲ ଇଣ୍ଟେଲିଜେନ୍ସ ଅଲ୍ଟ୍ରା କ୍ଳିୟର ଇଂଜିନ୍ ସହିତ ଆସିବ । ଯାହା କମ୍ ଲାଇଟରେ ବହୁତ ଭଲ ଫଟୋ ଦେବ । ଏହାଛଡା ଅଲ୍ଟ୍ରା କ୍ଳିୟର ଇଂଜିନର ବ୍ୟବାହାର ଦ୍ବାରା ଲଙ୍ଗ ଏକ୍ସପୋଜର, ଲୋ-ଲାଇଟ୍ ପରଫୋମାନ୍ସ ଏବଂ ସ୍କିନ୍ ବ୍ରାଇଟିନିଙ୍ଗ ଜରିଆରେ ଫଟୋ ଆସିବ ।

OPPO4କେବଳ ଏତିକି ନୁହେଁ ଅଲ୍ଟ୍ରା ନାଇଟ୍ ମୋଡ୍ ଥିବା ଦ୍ବାରା ରାତି ସମୟରେ ନିଆଯାଉଥିବା ଫଟୋ HD କ୍ବାଲିଟିରେ ଆସିବ । ସେଠାରେ ଡିଜିଟାଲ କଲର ମୋଡ୍ ଫଟୋକୁ ସଫା ଏବଂ ସ୍ପଷ୍ଟ ଆଣିବାରେ ସାହାର‌୍ୟ୍ୟ କରିବ । ଏଥିରେ AI ସିଜିନ୍ ଡିଟେକ୍ଟସନ୍ ମଧ୍ୟ ରହିଛି ।
ଏହି ଫୋନର ବେଷ୍ଟ କ୍ବାଲିଟି ହେଉଛି କି ଏହା ବଡ ସେନସର ସହିତ ଆସିବ । ଏହାର ସାଇଜ୍ ୮୦ ପ୍ରତିଶତ ବଡ ରହିବ। ଏହାକୁ ଯଦି ସରଳ ଭାଷାରେ ବୁଝାଯାଏ ତେବେ ସେନସର ସାଇଜ୍ ଯେତେ ବଡ ହେବ କ୍ୟାମେରା ଭିତରେ ସେତେ ଅଧିକ ଲାଇଟ୍ ଆସିବ । ତେଣୁ ଏଥିରେ କମ୍ ଲାଇଟ ଦ୍ବାରା ଉଠାଯାଇଥିବା ଫଟୋ ମଧ୍ୟ ସଫା ଏବଂ ଡିଜିଟାଲ ସହିତ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.