ଯଦି ଆପଣଙ୍କ ହାତର ଏହି ସ୍ଥାନରେ ରହିଛି କଳାଜାଇ, ତେବେ ମିଳିବ ଧନ ସମ୍ପତ୍ତି ସହିତ ମାନ-ସମ୍ମାନ

ହାତରେ ଥିବା ରେଖାର ଆକୃତିରୁ ଯେପରି ବ୍ୟକ୍ତିର ସ୍ବଭାବ ଏବଂ ତାଙ୍କର ଭବିଷ୍ୟତ ବିଷୟରେ ଜଣାପଡ଼ିଥାଏ ସେପରି ହାତର ବିଭିନ୍ନ ସ୍ଥାନରେ କଳାଜାଇର ମହତ୍ବ ରହିଥାଏ। ଜାଣନ୍ତୁ ହାତର ଅଲଗା-ଅଲଗା ଯାଗାରେ କଳାଯାଇ ରହିବାର ମହତ୍ବ।

ସୂର୍ଯ୍ଯ ପର୍ବତ ଉପରେ କଳାଜାଇ ଥିଲେ

ସମୁଦ୍ରଶାସ୍ତ୍ର ଅନୁସାରେ ସୂର୍ଯ୍ଯ ପର୍ବତ କିମ୍ବା ଅନାମିକା ଆଙ୍ଗୁଠିର ତଳ ଭାଗରେ କଳାଜାଇ ଥିବାର ଅର୍ଥ ସୂର୍ଯ୍ଯଙ୍କ ସହ ସମ୍ବନ୍ଧ ଥିବା କ୍ଷେତ୍ର ଯେପରି ସାମାଜିକ ମାମଲା, ସରକାରୀ ମାମଲା ଏବଂ ଚାକିରୀରେ ଆପଣଙ୍କୁ କଷ୍ଟ ହୋଇଥାଏ। କୌଣସି କାରଣରୁ ଆପଣ ସମାଜରେ  ଖରାପ ହୋଇଥାନ୍ତି।

hand palmistryଚନ୍ଦ୍ର ପର୍ବତ ଉପରେ କଳାଜାଇ ଥିଲେ

ଯେଉଁମାନଙ୍କ ହାତର ଚନ୍ଦ୍ର ପର୍ବତ ଉପରେ କଳାଜାଇ ରହିଥାଏ ସେମାନଙ୍କର ମନ ଅସ୍ଥିର ଏବଂ ଅଶାନ୍ତ ରହିଥାଏ। ହାତର ଆରମ୍ଭରେ ଚନ୍ଦ୍ର ପର୍ବତ ରେଖା ରହିଥାଏ। ଏହି ବ୍ୟକ୍ତିମାନେ ଭଲପାଇବାରେ ଧୋକା ପାଇଥାନ୍ତି ଏବଂ ତାଙ୍କର ବିବାହ ବିଳମ୍ବରେ ହୋଇଥାଏ।

ବୁଧ ପର୍ବତ ଉପରେ କଳାଜାଇ ଥିଲେ

ଯାହାର ଛୋଟ ଆଙ୍ଗୁଠି ଉପରେ କଳାଯାଇ ଥିଲେ ସେମାନେ ଧନ ସମ୍ପତ୍ତି କ୍ଷେତ୍ରରେ ଭାଗ୍ୟଶାଳୀ ହୋଇଥାନ୍ତି।

ଏହା ସହ ପଢନ୍ତୁ : ହସ୍ତରେଖାରୁ ଜାଣନ୍ତୁ ଆପଣଙ୍କୁ ମିଳିବ କିପରି ଜୀବନସାଥୀ

କଳାଜାଇ ଶନି ପର୍ବତ ଉପରେ ଥିଲେ

ମଧ୍ୟମା ଆଙ୍ଗୁଠି ଉପରେ କଳାଜାଇ ଥିଲେ ଶୁଭ ହୋଇଥାଏ। ଏହା ସୁଖ ସମ୍ପତ୍ତି ଦେଇଥାଏ ଯଦି ମଧ୍ୟମା ଆଙ୍ଗୁଠିର ତଳ ଭାଗରେ କଳାଜାଇ ହୋଇଥାଏ ତାହା ଅଶୁଭ ହୋଇଥାଏ। ଏହି ପରି ବ୍ୟକ୍ତିଙ୍କୁ ବାରମ୍ବାର ଅସଫଳତାର ସାମ୍ନା କରିବାକୁ ପଡ଼ିଥାଏ।  ସଂଘର୍ଷ ପରେ ସେମାନଙ୍କୁ ସଫଳତା ମିଳିଥାଏ।

dotଶୁକ୍ର ପର୍ବତ ଉପରେ ରହିଥିଲେ

ଯେଉଁ ବ୍ୟକ୍ତିମାନଙ୍କର ବୁଢା ଆଙ୍ଗୁଳି ଉପରେ କଳାଜାଇ ରହିଥାଏ ସେମାନେ ବ୍ୟବହାରିକ, କର୍ମ କ୍ଷେତ୍ର ଏବଂ ନ୍ୟାୟ ସହିତ ରହିଥାନ୍ତି। କିନ୍ତୁ ଆଙ୍ଗୁଠିର ତଳ ଭାଗ ଶୁକ୍ର ପର୍ବତ ଉପରେ କଳାଜାଇ ହୋଇଥିବା ବ୍ୟକ୍ତିମାନେ ଭଲପାଇବା ସମ୍ବନ୍ଧରୁ ଜୀବନରେ କଷ୍ଟ ପାଇଥାନ୍ତି। ଏହି ପରି ବ୍ୟକ୍ତି ବହୁତ ଖର୍ଚ୍ଚି ହୋଇଥାନ୍ତି କିନ୍ତୁ ଏପରି ବ୍ୟକ୍ତଙ୍କୁ କେବେବି ଧନର ଅଭାବ ହୋଇନଥାଏ।

ନିଶ୍ଚୟ ପଢନ୍ତୁ : ଆପଣଙ୍କୁ ମିଳୁଛି କି ଏହି ସବୁ ସଙ୍କେତ , ତେବେ ଆଗକୁ ଆସୁଛି ଆପଣଙ୍କ ପାଇଁ ଶୁଭ ସମୟ

ଗୁରୁ ପର୍ବତ ଉପରେ କଳାଜାଇ ଥିଲେ

ଯେଉଁ ବ୍ୟକ୍ତିମାନଙ୍କ ହାତର ଗୁରୁ ପର୍ବତ ଉପରେ କଳାଜାଇ ରହିଥାଏ,ସେହିପରି ବ୍ୟକ୍ତିମାନେ ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ ବେଳେ ବେଳେ ଏପରି ବ୍ୟକ୍ତିମାନଙ୍କର ବିବାହରେ ବାଧା ସୃଷ୍ଟି ହୋଇଥାଏ।

black spotsବାମ ହାତରେ କଳାଜାଇ ରହିଥିଲେ

ଯେଉଁ ବ୍ୟକ୍ତିମାନଙ୍କର ବାମ ହାତରେ କଳାଯାଇ ଥାଏ ସେମାନେ ବହୁତ ଧନ କମାଇଥାନ୍ତି କିନ୍ତୁ ସେମାନେ ଖର୍ଚ୍ଚି  ସ୍ବଭାବର ହୋଇଥିବାରୁ ଟଙ୍କା ସଞ୍ଚୟ ରଖିପାରନ୍ତି ନାହିଁ।

ଡାହାଣ ହାତରେ କଳାଜାଇ ଥିଲେ

ଡାହାଣ ହାତର ଉପର ଭାଗରେ କଳାଜାଇ ହୋଇଥିଲେ ଧନବାନ ହେବାର  ସଂକେତ ରହିଥାଏ।

ଅନାମିକା ଆଙ୍ଗୁଠି ଉପରେ କଳାଜାଇ ଥିଲେ

ଯେଉଁ ବ୍ଯକ୍ତି ମାନଙ୍କର ଅନାମିକା ଆଙ୍ଗୁଳି ଉପରେ କଳାଜାଇ ରହିଥାଏ, ସେମାନେ ସରକାରୀ କ୍ଷେତ୍ରରେ ଲାଭ ପାଇବା ସହ  ସମାଜରେ ସମ୍ମାନ ପାଇଥାନ୍ତି। ଏଭଳି ବ୍ୟକ୍ତିମାନେ ମଧ୍ୟ ଧନବାନ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.