Below header

ଭାରତୀୟ ଡାକ ବିଭାଗରେ ଆସିଷ୍ଟାଣ୍ଟ, ସେଟିଂ ଆସିଷ୍ଟାଣ୍ଟ ପଦବୀ ଖାଲିପଡିଛି, ୧୦ମ କିମ୍ବା ୧୨ଶ ପାସ୍ କରିପାରିବେ ଆପ୍ଲାଏ

ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ପଞ୍ଜାବ ପୋଷ୍ଟାଲ ସର୍କଲରେ ପୋଷ୍ଟାଲ ଆସିଷ୍ଟାଣ୍ଟ, ସେଟିଂ ଆସିଷ୍ଟାଣ୍ଟ ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ କ୍ଯାଡରରେ ସ୍ପୋର୍ଟ୍ସ କ୍ଯାଡର ଅଧିନରେ ଏହି ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୧୮ ଅଗଷ୍ଟ କିମ୍ବା ତା’ ପୂର୍ବରୁ ଅଫଲାଇନ ମୋଡ ମାଧ୍ୟମରେ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟକୁ appost.in କୁ ଯାଇ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ।
ଏହି ଭର୍ତ୍ତି ପ୍ରକ୍ରିୟା ମାଧ୍ୟମରେ ପାଖାପାଖି ୫୭ ପଦବୀରେ ଭର୍ତ୍ତି କରାଯିବ। ନିର୍ଦ୍ଧାରିତ ଯୋଗଟତା, ଅଭିଜ୍ଞତା, ଚୟନ ମାନଦଣ୍ଡ ଏବଂ ଅନ୍ଯ ସବିଶେଷ ବିବରଣୀ ଜାରି ହୋଇଛି। ଆବେଦନ ପ୍ରକ୍ରିୟା ୧୦ ଜୁଲାଇରୁ ଆରମ୍ଭ ହୋଇଛି।

ଆବେଦନ କରିବାର ଶେଷ ତାରିଖ ୧୮ ଅଗଷ୍ଟ ୨୦୨୧ ରହିଛି। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ପଦବୀ ବିବରଣୀ: ୫୭
ପୋଷ୍ଟାଲ ଆସିଷ୍ଟାଣ୍ଟ: ୪୫
ସେଟିଂ ଆସିଷ୍ଟାଣ୍ଟ: ୯
ମଲ୍ଟି ଟାକ୍ସିଂ ଷ୍ଟାଫ: ୩

ଶିକ୍ଷାଗତ ଯୋଗ୍ଯତା: ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥାରୁ ବୋର୍ଡ ପରୀକ୍ଷା ବା ୧୦ମ ପାସ୍ କରିବା ଆବଶ୍ଯକ।

ବୟସ ସୀମା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ଧାର୍ଯ୍ଯ କରାଯାଇଛି।

ଆବେଦନପତ୍ର ପଠାଇବାର ଠିକଣା: Assistant Director Postal Service (Recruitment),
Office of the Chief Postmaster General,
Punjab Circle, Sector 17,
Sandesh Bhawan, Chandigarh – 160017

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://www.indiapost.gov.in/VAS/Pages/Recruitment/IP_09072021_Punjab.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.