ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ମର୍ଡର ମିଷ୍ଟ୍ରି: ଗତ ୩ ମାସ ହେଲା ପ୍ରିୟଙ୍କା ଓ ଜଗନ୍ନାଥ ଏକାଧିକ ଥର କଥା ହୋଇଛନ୍ତି

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ମର୍ଡର ମିଷ୍ଟ୍ରି ମାମଲାରେ କଲ୍‌ ଡିଟେଲ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ। ସୂଚନା ମିଳିଛି, ଗତ ୩ ମାସ ହେଲା ପ୍ରିୟଙ୍କା ଓ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଏକାଧିକ ଥର କଥା ହୋଇଛନ୍ତି। ଅଧିକାଂଶ ସମୟ ଦିନ ୧୧ଟାରୁ ୨ଟା ଭିତରେ କଥା ହୋଇଥିବା ଜଣାପଡିଛି। କିନ୍ତୁ ଆଉ ଏକ ନମ୍ବରରୁ ପ୍ରିୟଙ୍କାଙ୍କ ନିକଟକୁ ବାରମ୍ବାର ଫୋନ୍‌ ଆସୁଥିବା ପୋଲିସ କହିଛି। ସେହିଭଳି ଉଭୟ ହ୍ଵାଟ୍‌ସଆପ୍‌ ଓ ଫେସବୁକ୍‌ରେ ଚାର୍ଟରେ କଥା ହୋଇଥିବା ରିପୋର୍ଟରୁ ଜଣାପଡିଛି। ତେବେ କଥା ହେବା ପରେ ସେମାନେ ମେସେଜକୁ ଡିଲିଟ୍‌ କରିଦେଇଛନ୍ତି।

bhimtangi

ଉଭୟ ମେସେଜରେ କଣ କଥା ହୋଇଛନ୍ତି ସେସବୁକୁ ଜାଣିବା ପାଇଁ ପୋଲିସ ଟେକ୍‌ନିକାଲ୍‌ ଟିମ୍‌ର ସାହାରା ନେଇଛି। ଅନ୍ୟପଟେ ଜଗନ୍ନାଥଙ୍କ ସ୍ୱାସ୍ଥ୍ୟବସ୍ଥା ପୁରା ଠିକ୍‌ ହୋଇଗଲାଣି। ସଂପୂର୍ଣ୍ଣ ଭଲହେବାକୁ ଆଉ ୩ ଓ ୪ ଦିନ ସମୟ ଲାଗିବ। ଖୁବ୍‌ଶୀଘ୍ର ପୋଲିସ ତାର ବୟାନ୍‌ ରେକର୍ଡ କରିପାରେ। ସେ କଣ ପାଇଁ ପ୍ରିୟଙ୍କାଙ୍କୁ ହତ୍ୟା କଲା। ହତ୍ୟା ପଛର କାରଣ କଣ। ପଚରାଉଚରା ପରେ ସେ ସବୁ ସ୍ପଷ୍ଟ ହେବ। ଜେରା ପରେ ଖୋଲିବ ପ୍ରିୟଙ୍କା ମର୍ଡର ମିଷ୍ଟ୍ରି। ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.