Below header

ବିବାହିତ ପୁରୁଷମାନେ ନିୟମିତ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ କେବଳ ଗୋଟିଏ ପାନ, ତା’ପରେ ଦେଖନ୍ତୁ ଚମତ୍କାର

ଭାରତରେ ପ୍ରଚୁର ପରିମାଣରେ ପାନର ସେବନ କରାଯାଏ। କେତେକ ସ୍ଥାନରେ ବିବାହ-ବ୍ରତରେ ବି ପାନକୁ ବେଶ୍‌ ଶୁଭ ବୋଲି ଧରାଯାଏ। ପାନରେ ବିଭିନ୍ନ ପ୍ରକାର ଜିନିଷ ପଡ଼େ, ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ପୂଜା ପାଠରେ ମଧ୍ୟ ପାନ ବ୍ୟବହାର କରାଯାଏ। ଏହା ଏକ ଜଡ଼ିବୁଟି ଭାବେ ମଧ୍ୟ ବ୍ୟବହାର କରାଯାଏ ଓ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ପୁରୁଷଙ୍କ ପାଇଁ ପାନ ଖାଇବା ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ…

  • ପାନ ପତ୍ରରେ ଆଣ୍ଟି-ଡାଇବେଟିକ୍‌, ଆଣ୍ଟି-ଇନ୍‌ଫ୍ଲେମେଟରୀ, ଆଣ୍ଟି-ଇନ୍‌ଫେକ୍ଟିଭ୍‌, ଆଣ୍ଟି-ସେପ୍ଟିକ୍‌ ଓ ଦୁର୍ଗନ୍ଧ ଦୂର କରିବା ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରରେ ଟେଷ୍ଟୋଷ୍ଟେରନ୍‌ ହରମୋନ୍‌ର ସ୍ତର ବଢ଼େ। ଏହା ପୁରୁଷଙ୍କ ଲିବିଡୋ ବୃଦ୍ଧି କରେ। ପୁରୁଷଙ୍କ ଫିଜିକାଲ ଲାଇଫ୍‌ ଉପରେ ଏହା ସିଧାସଳଖ ପ୍ରଭାବ ପକାଇଥାଏ।
  • କୋଷ୍ଠକାଷ୍ଠିନ୍ୟ ଦୂର କରିବାରେ ମଧ୍ୟ ପାନ ସାହାଯ୍ୟ କରେ। ଏଥିପାଇଁ ପାନ ପତ୍ରକୁ ଛୋଟ ଖଣ୍ଡ କରି ପାଣିରେ ଭିଜାଇ ରାତି ସାରା ରଖନ୍ତୁ। ସକାଳୁ ଏହାକୁ ଛାଣି ଖାଲି ପେଟରେ ପିଇଦିଅନ୍ତୁ।
  • ଦେହରେ କୌଣସି ଖଣ୍ଡିଆ ହୋଇଥିଲେ ସେଥିରେ ପାନ ପତ୍ର ରସ ଲଗାନ୍ତୁ ଓ ଏହିପତ୍ରକୁ ତା’ ଉପରେ ପଟି ଭଳି ବାନ୍ଧି ଦିଅନ୍ତୁ। ଘା’ ଭଲ ହୋଇଯିବ।
  • ପାଚନ କ୍ରିୟାକୁ ଠିକ୍‌ କରିବାରେ ମଧ୍ୟ ପାନ ସାହାଯ୍ୟ କରେ। ଏଣୁ ଯଦି ପେଟ କାଟୁଛି କିମ୍ବା ଗ୍ୟାସ୍‌ ସମସ୍ୟା ଅଛି ତେବେ ଖାଇବା ପରେ ପାନକୁ ଚୋବାଇ ଖାଆନ୍ତୁ। ଆରାମ ଲାଗିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.