କଣ ବନ୍ଦ ହୋଇ ଗଲାଣି କି ଦୁଇ ହଜାର ଟଙ୍କିଆ ନୋଟ୍‌ !

ନୂଆଦିଲ୍ଲୀ : ଆପଣମାନେ ଦୁଇ ହଜାର ଟଙ୍କିଆ ନୋଟ୍‌ ଦେଖିଛନ୍ତି କି ? ଗତ ଦୁଇ ବର୍ଷ ହେବ ଦେଶରେ ଖଣ୍ଡିଏ ବି ଦୁଇ ହଜାର ଟଙ୍କିଆ ନୋଟ୍‌ ଛପା ଯାଇନାହିଁ । ତେଣଉ ବଜାରରେ ମଧ୍ୟ ଏହା ଦେଖିବାକୁ ମିଳୁ ନାହିଁ । ୨୦୧୯ ଏପ୍ରିଲ ଠାରୁ ୨୦୦୦ ଟଙ୍କିଆ ନୋଟ ଆଉ ଛପା ହୋଇନାହିଁ । ଲୋକସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି ।
ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାର ଦେଶରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ କରିଥିଲେ । ବିମୁଦ୍ରାୟନ ପରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା । ଏବେ ନୂଆ ୨୦୦୦ ଟଙ୍କା ପ୍ରଚଳନ ବନ୍ଦ କରିବାକୁ ସରକାର ସଜବାଜ ହେଉଥିବା କୁହାଯାଉଛି । ଗତ ଦୁଇ ବର୍ଷରେ ୨୦୦୦ ଟଙ୍କିଆ ନୋଟ୍‌ ରୁ ଗୋଟିଏ ବି ଛାପା ହୋଇନଥିବା ସରକାରଙ୍କ ପକ୍ଷରୁ ଲୋକସଭାରେ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.